Masthead

ହତ୍ୟାକାରୀ ଧରାପଡ଼ିଲା ମଣ୍ଡପରୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଣ୍ଡପରେ ଧରା ପଡିଲା ହତ୍ୟାକାରୀ । ଭୋଜି ଖାଇବାକୁ ଆସିଥିବା ବେଳେ କାବୁ କଲା ତମାଣ୍ଡୋ ପୋଲିସ । ଚାକରକୁ ହତ୍ୟା ମାମଲାର ୫ମାସ ଧରି ଫେରାର ହୋଇଥିବା ଜଣେ ଅଭିଯୁକ୍ତକୁ ତମାଣ୍ଡୋ ପୋଲିସ କାବୁ କରିବାରେ ସଫଳ ହୋଇଛି। ଅମଳେନ୍ଦୁ ପଟ୍ଟନାୟକ ଓରଫ୍ ଯୀଶୁଙ୍କୁ ଏକ ବିବାହ ଭୋଜିରୁ ଉଠାଇ ଆଣିଛି ପୋଲିସ। ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ।ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଖୋର୍ଦ୍ଧା ଅନ୍ତର୍ଗତ ରାଧାବଲ୍ଲଭ ସାହିରେ ରହୁଥିବା ସନାତନ ମିଶ୍ର ତମାଣ୍ଡୋ ବାସିନ୍ଦା ଯୀଶୁଙ୍କ ଘରେ ଦୀର୍ଘ ବର୍ଷ ଧରି ଚାକର ଭାବେ କାମ କରୁଥିଲେ ।

ଗତ ଜୁନ୍ ୧୪ ତାରିଖରେ ଯୀଶୁଙ୍କ ଘରର ଉପର ମହଲାରୁ ସନାତନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପ୍ରଥମେ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରିଥିଲା । ଏହା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ। କିନ୍ତୁ ସନାତନଙ୍କ ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ହେବା ପରେ ତଦନ୍ତକୁ ଆଗେଇ ଥିଲା । ଯୀଶୁଙ୍କୁ ପଚରାଉଚରା ପାଇଁ ଖୋଜୁଥିବା ଜାଣି ସେ ଗିରଫ ଭୟରେ ଫେରାର୍ ହୋଇ ଯାଇଥିଲେ । ପୋଲିସ ତାଙ୍କ ଟେର ମଧ୍ୟ ପାଉନଥିଲା ।ତେବେ ଖୋର୍ଦ୍ଧା ଡାକ ବଙ୍ଗଳାରେ ଚାଲିଥିବା ଏକ ବିବାହ ଉତ୍ସବରେ ଯୀଶୁ ଯୋଗଦେବାକୁ ଆସିଥିବା ବେଳେ । ତମାଣ୍ଡୋ ପୋଲିସ ଏନେଇ ଆଗୁଆ ଖବର ପାଇଯାଇଥିଲା। ଖୋର୍ଦ୍ଧା ଟାଉନ ଥାନା ପୋଲିସ ସହାୟତାରେ ସେଠାକୁ ଯାଇ ଯୀଶୁଙ୍କୁ କାବୁ କରିଥିଲା ତମାଣ୍ଡୋ ପୋଲିସ । ହତ୍ୟାରେ ସମ୍ପୃକ୍ତି ଥିବା ନେଇ ତାଙ୍କୁ ପଚରାଉଚରା ଜାରି ରହିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର