Masthead

ହତ୍ୟାକାରୀ ଧରାପଡ଼ିଲା ମଣ୍ଡପରୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଣ୍ଡପରେ ଧରା ପଡିଲା ହତ୍ୟାକାରୀ । ଭୋଜି ଖାଇବାକୁ ଆସିଥିବା ବେଳେ କାବୁ କଲା ତମାଣ୍ଡୋ ପୋଲିସ । ଚାକରକୁ ହତ୍ୟା ମାମଲାର ୫ମାସ ଧରି ଫେରାର ହୋଇଥିବା ଜଣେ ଅଭିଯୁକ୍ତକୁ ତମାଣ୍ଡୋ ପୋଲିସ କାବୁ କରିବାରେ ସଫଳ ହୋଇଛି। ଅମଳେନ୍ଦୁ ପଟ୍ଟନାୟକ ଓରଫ୍ ଯୀଶୁଙ୍କୁ ଏକ ବିବାହ ଭୋଜିରୁ ଉଠାଇ ଆଣିଛି ପୋଲିସ। ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ।ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଖୋର୍ଦ୍ଧା ଅନ୍ତର୍ଗତ ରାଧାବଲ୍ଲଭ ସାହିରେ ରହୁଥିବା ସନାତନ ମିଶ୍ର ତମାଣ୍ଡୋ ବାସିନ୍ଦା ଯୀଶୁଙ୍କ ଘରେ ଦୀର୍ଘ ବର୍ଷ ଧରି ଚାକର ଭାବେ କାମ କରୁଥିଲେ ।

ଗତ ଜୁନ୍ ୧୪ ତାରିଖରେ ଯୀଶୁଙ୍କ ଘରର ଉପର ମହଲାରୁ ସନାତନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପ୍ରଥମେ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରିଥିଲା । ଏହା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ। କିନ୍ତୁ ସନାତନଙ୍କ ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ହେବା ପରେ ତଦନ୍ତକୁ ଆଗେଇ ଥିଲା । ଯୀଶୁଙ୍କୁ ପଚରାଉଚରା ପାଇଁ ଖୋଜୁଥିବା ଜାଣି ସେ ଗିରଫ ଭୟରେ ଫେରାର୍ ହୋଇ ଯାଇଥିଲେ । ପୋଲିସ ତାଙ୍କ ଟେର ମଧ୍ୟ ପାଉନଥିଲା ।ତେବେ ଖୋର୍ଦ୍ଧା ଡାକ ବଙ୍ଗଳାରେ ଚାଲିଥିବା ଏକ ବିବାହ ଉତ୍ସବରେ ଯୀଶୁ ଯୋଗଦେବାକୁ ଆସିଥିବା ବେଳେ । ତମାଣ୍ଡୋ ପୋଲିସ ଏନେଇ ଆଗୁଆ ଖବର ପାଇଯାଇଥିଲା। ଖୋର୍ଦ୍ଧା ଟାଉନ ଥାନା ପୋଲିସ ସହାୟତାରେ ସେଠାକୁ ଯାଇ ଯୀଶୁଙ୍କୁ କାବୁ କରିଥିଲା ତମାଣ୍ଡୋ ପୋଲିସ । ହତ୍ୟାରେ ସମ୍ପୃକ୍ତି ଥିବା ନେଇ ତାଙ୍କୁ ପଚରାଉଚରା ଜାରି ରହିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି