Before Header

ଜିତିବା ପରେ ହିଁ କେନ୍ଦ୍ରକୁ ଟାର୍ଗେଟ !

0 126

କୋଲକାତା(ବଡ଼ ଖବର ବ୍ୟୁରୋ): ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଥିଲା ପଶ୍ଚିମବଙ୍ଗ ଉପରେ । ଏହା ମଧ୍ୟରେ ମମତା ନିଜ ଭବାନୀପୁର ଆସନରୁ ଜିତିଛନ୍ତି । ଜିତିବା ପରେ ପରେ ହିଁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ସେପଟେ ନିଜ ବିଜୟ ପଛର ସମସ୍ତ ଶ୍ରେୟ ଜନସାଧାରଣଙ୍କୁ ମମତା ବାନାର୍ଜୀ ଦେଇଛନ୍ତି । ହେଲେ ନିଜର ପ୍ରଥମ ପରାଜୟକୁ ଦିଦି ଏପର୍ଯ୍ୟନ୍ତ ଭୁଲି ନାହାଁନ୍ତି । କାହିଁକିନା ନିର୍ବାଚନ ଜିତିବା ପରେ ମଧ୍ୟ ନନ୍ଦିଗ୍ରାମର କଥା ଦିଦି ମନେପକାଇଛନ୍ତି । ଭବାନୀପୁର ଆସନରରେ ବିପୁଳ ଭୋଟରେ ମମତା ବିଜୟ ହାସଲ କରିଛନ୍ତି ।

ସେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୯ ହଜାର ଭୋଟରେ ହରାଇଛନ୍ତି । ଏହାକୁ ମିଶାଇ ସେ ପଶ୍ଚିମବଙ୍ଗରେ ହାଟ୍ରିକ ବିଜୟ କରିଛନ୍ତି । ସେପଟେ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ତାଙ୍କୁ ଷଡ଼ଯନ୍ତ୍ର କରି ପରାସ୍ତ କରାଯାଇଥିଲା ବୋଲି କହିଛନ୍ତି । କିନ୍ତୁ ଭବାନୀପୁର ଏବଂ ପଶ୍ଚିମବଙ୍ଗର ଜନତା ଏବେ ଏହାର ଜବାବ ଦେଇଛନ୍ତି ବୋଲି ମମତା ବାନାର୍ଜୀ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.