Masthead

ଜହ୍ନମାମୁଁ ପାଖେ ପୃଥିବୀ ମା’ର ରାକ୍ଷୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜହ୍ନମାମୁଁ ପାଖେ ପହଂଚିଲା ପୃଥିବୀ ମା’ର ରାକ୍ଷୀ । ଚନ୍ଦ୍ରାୟନ-୩ର ସଫଳ ଲ୍ୟାଣ୍ଡିଂ କରିଛି ହିନ୍ଦୁସ୍ତାନ । ଆକାଶରେ ସୂର୍ଯ୍ୟ ଅସ୍ତ ଗଲେ, ଆଉ ସେପଟେ ଚନ୍ଦ୍ରପୃଷ୍ଠରେ ବିଜୟର ତ୍ରିରଙ୍ଗା ଉଡାଇଛି ଭାରତ । ମହୋତ୍ସବର ଏ ସମୟକୁ ଭିନ୍ନ ଭିନ୍ନ ସୃଜନଶୀଳତାରେ ପ୍ରକାଶ କରୁଛି ଦେଶ । ଠିକ୍ ଯେମିତି ଘୁରିବୁଲୁଛି ଗୋଟିଏ କଥା । ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଠିକ୍ ତାହା ପୂର୍ବରୁ ପୃଥିବୀରୁ ଯାଇ ଜହ୍ନରେ ପହଂଚିଛି ଚନ୍ଦ୍ରାୟନ ୩ । ପୃଥିବୀକୁ ଭାରତୀୟ ସଂସ୍କୃତିରେ ମା କୁହାଯାଏ ।

ଆଉ ଜହ୍ନକୁ ତ ଘରେ ଘରେ ମାମୁଁ ବୋଲି ଜାଣନ୍ତି । ଜହ୍ନକୁ ମାମୁଁ ସହ ତୁଳନା କରି କେତେ କଥା, କେତେ କାହାଣୀ । ଆ ଜହ୍ନ ମାମୁ ସରଗ ଶଶି, ମୋ କାହୁଁ ହାତେ ପଡରେ ଖସି । ଆଜି ସେହି ମାମୁଁ ପାଖେ ପହଂଚିସାରିଛି ଦେଶ । ସଂଯୋଗ ବି ଦେଖନ୍ତୁ, ରାକ୍ଷୀ ପୂର୍ଣ୍ଣିମାର ଠିକ୍ ପୂର୍ବରୁ ପହଂଚିସାରିଛି ଚନ୍ଦ୍ରଯାନ । ଯେମିତି ମାମୁଁ ପାଖେ ମା’ର ବାର୍ତା ସାଜି ଯାଇଛି ଚନ୍ଦ୍ରାୟନ । ମାମୁଁ ପାଖେ ମାର ରକ୍ଷାସୂତ୍ର ସାଜି ପହଂଚିଛି ଚନ୍ଦ୍ରାୟନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି