Masthead

ଜହ୍ନମାମୁଁ ପାଖେ ପୃଥିବୀ ମା’ର ରାକ୍ଷୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜହ୍ନମାମୁଁ ପାଖେ ପହଂଚିଲା ପୃଥିବୀ ମା’ର ରାକ୍ଷୀ । ଚନ୍ଦ୍ରାୟନ-୩ର ସଫଳ ଲ୍ୟାଣ୍ଡିଂ କରିଛି ହିନ୍ଦୁସ୍ତାନ । ଆକାଶରେ ସୂର୍ଯ୍ୟ ଅସ୍ତ ଗଲେ, ଆଉ ସେପଟେ ଚନ୍ଦ୍ରପୃଷ୍ଠରେ ବିଜୟର ତ୍ରିରଙ୍ଗା ଉଡାଇଛି ଭାରତ । ମହୋତ୍ସବର ଏ ସମୟକୁ ଭିନ୍ନ ଭିନ୍ନ ସୃଜନଶୀଳତାରେ ପ୍ରକାଶ କରୁଛି ଦେଶ । ଠିକ୍ ଯେମିତି ଘୁରିବୁଲୁଛି ଗୋଟିଏ କଥା । ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଠିକ୍ ତାହା ପୂର୍ବରୁ ପୃଥିବୀରୁ ଯାଇ ଜହ୍ନରେ ପହଂଚିଛି ଚନ୍ଦ୍ରାୟନ ୩ । ପୃଥିବୀକୁ ଭାରତୀୟ ସଂସ୍କୃତିରେ ମା କୁହାଯାଏ ।

ଆଉ ଜହ୍ନକୁ ତ ଘରେ ଘରେ ମାମୁଁ ବୋଲି ଜାଣନ୍ତି । ଜହ୍ନକୁ ମାମୁଁ ସହ ତୁଳନା କରି କେତେ କଥା, କେତେ କାହାଣୀ । ଆ ଜହ୍ନ ମାମୁ ସରଗ ଶଶି, ମୋ କାହୁଁ ହାତେ ପଡରେ ଖସି । ଆଜି ସେହି ମାମୁଁ ପାଖେ ପହଂଚିସାରିଛି ଦେଶ । ସଂଯୋଗ ବି ଦେଖନ୍ତୁ, ରାକ୍ଷୀ ପୂର୍ଣ୍ଣିମାର ଠିକ୍ ପୂର୍ବରୁ ପହଂଚିସାରିଛି ଚନ୍ଦ୍ରଯାନ । ଯେମିତି ମାମୁଁ ପାଖେ ମା’ର ବାର୍ତା ସାଜି ଯାଇଛି ଚନ୍ଦ୍ରାୟନ । ମାମୁଁ ପାଖେ ମାର ରକ୍ଷାସୂତ୍ର ସାଜି ପହଂଚିଛି ଚନ୍ଦ୍ରାୟନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ