Masthead

ଜାତୀୟ ଆଦିବାସୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ଅନୁଗୋଳ(ବଡ଼ ଖବର ବ୍ୟୁରୋ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ନଗରରେ ଅନୁଷ୍ଠିତ ହୋଇଛି ଜାତୀୟ ଆଦିବାସୀ ପ୍ରଦର୍ଶନୀ ମେଳା । ଏହି ପ୍ରଦର୍ଶନୀ ମେଳାରେ ୧୦୦ଟି ଷ୍ଟଲ ପଡିଛି। ଜନଜାତି ସମାଜ ସଭ୍ୟତାର ମୂଳ ସମାଜ । ଜନଜାତି ସମାଜର କଳା, ସଂସ୍କୃତି, ସଂସ୍କାର, ଚାଲିଚଳଣି, ପରମ୍ପରା, ନୃତ୍ୟ, ସଙ୍ଗୀତ, ଖାଦ୍ୟପେୟ, ବେଶପୋଷାକର ନିଜସ୍ୱ ପରିଚୟ ରହିଛି ।

ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଉଦ୍ୟମ କ୍ରମେ ତଥା ନାଲକୋର ସହଭାଗୀତାରେ ଅନୁଗୋଳ ଜିଲ୍ଲାର ନାଲକୋ ନଗର ଠାରେ “ପରିଚୟ” ଅନୁଷ୍ଠାନ ପକ୍ଷରୁ ଜାତୀୟ ଜନଜାତି ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୧୮ ଅଗଷ୍ଟରୁ ୨୮ ଅଗଷ୍ଟ ପର‌୍ୟ୍ୟନ୍ତ ଚାଲିବ ନେଇ ସୂଚନା ମିଳିଛି । ପ୍ରଥମ ଦିନରେ ଉକ୍ତ କାର‌୍ୟ୍ୟକ୍ରମକୁ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରି ଶୁଭ ଆରମ୍ଭ କରିଥିଲେ ।

ତେବେ ଆଜି ପଞ୍ଚମ ଦିନରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ଶ୍ରୀମତୀ କୃଷ୍ଣ ମହାନ୍ତି, ମୁଖ୍ୟ ବକ୍ତା ଭାବରେ ସୁଭେନ୍ଦୁ ନାୟକ, ଡିଜିଏମ୍ (ଉଦ୍ୟାନ କୃଷି) ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନାଲକୋ ଠିକା ମଜଦୁର ସଂଘ ଅଧ୍ୟକ୍ଷ ବିଭୁତି ମହାପାତ୍ର, ସରପଞ୍ଚ, ଭୋଗାବେରିଣୀ ଚାପଲିନ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’