ବାଣୀବିହାର ହାତରେ ଶିକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନେ ଉଭୟ ଥିଲେ କ୍ଲାସମେଟ୍ । ଛାତ୍ର ରାଜନୀତିରେ ଥିଲେ ପ୍ରତିଦ୍ୱନ୍ଦୀ । ସମାନ ବିଶ୍ୱବିଦ୍ୟାଳୟରୁ ଏବେ ଉଭୟ ଶିକ୍ଷା ମନ୍ତ୍ରୀ । ୟେ କାହାଣୀ ହେଉଛି ବାଣୀବିହାରର ଦୁଇ ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ ଓ ଅରୁଣ ସାହୁଙ୍କ । ବିଜେପିର ହେଭିୱେଟ୍ ଧର୍ମେନ୍ଦ୍ର ପ୍ରଧାନ ଏବେ ଦେଶର ଶିକ୍ଷା ମନ୍ତ୍ରୀ । ବୁଧବାର ତାଙ୍କୁ ଶିକ୍ଷା ସହ ଦକ୍ଷତା ବିକାଶର ଦାୟିତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଉ ଏଠି ରାଜ୍ୟରେ ଅରୁଣଙ୍କ ପାଖରେ ରହିଛି ଉଚ୍ଚ ଶିକ୍ଷା । ଏହି ସଂଯୋଗକୁ ଦେଖି କେହି କେହି କହିଲେଣି, ଶିକ୍ଷା ଏବେ ବାଣୀବିହାର ହାତରେ । ଶିକ୍ଷାକୁ ହାତେଇ ନେଇଛନ୍ତି ଦୁଇ ସହପାଠୀ ଧର୍ମେନ୍ଦ୍ର ଓ ଅରୁଣ । ବାଣୀବିହାରରୁ ହିଁ ଆରମ୍ଭ କରିଥିଲେ ନିଜ ନିଜର ରାଜନୈତିକ କ୍ୟାରିୟର । ଦୁହେଁ ଦୁହିଁଙ୍କର ଥିଲେ ପ୍ରତିଦ୍ୱନ୍ଦୀ । ଛାତ୍ର ସଙ୍ଗଠନରୁ ଆସି ଦୁଇ ଜଣ ଯାକ ଆଜି କେନ୍ଦ୍ର ଓ ରାଜ୍ୟର ଶିକ୍ଷା ମନ୍ତ୍ରୀ ହୋଇପାରିଛନ୍ତି । ଧର୍ମେନ୍ଦ୍ର ଏବିଭିିପିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମେ ବିହାର ଓ ପରେ ମଧ୍ୟପ୍ରଦେଶରୁ ପାର୍ଲାମେଣ୍ଟକୁ ଯାଇଛନ୍ତି ଧମେନ୍ଦ୍ର ।

ଅନଗୁଳ ମାଟିର ପୁଅ ଧର୍ମେନ୍ଦ୍ର । ବାପା ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଉତ୍ତରାଧିକାରୀ । ବିଜେପି ସଂଗଠନର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଦଳ ପାଇଁ କାର୍ଯ୍ୟ କରି ସେ କେନ୍ଦ୍ରୀୟ ନେତାଙ୍କ ନଜରକୁ ଆସିଥିଲେ । ୨୦୧୪ରୁ ୨୦୨୧ ଯାଏ ଲଗାତାର ୭ ବର୍ଷ ଭାବେ ପେଟ୍ରୋଲିୟମ ମନ୍ତ୍ରୀ ରହି ସେ ରେକର୍ଡ କରିଛନ୍ତି । ୨୦୧୮ରେ ଧର୍ମେନ୍ଦ୍ର ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି । ସେହିଭଳି ଅରୁଣ ସାହୁ ମଧ୍ୟ ବାଣୀବିହାରରେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ । ଏପିରିକି ତାଙ୍କର ମୁକାବିଲା ହୋଇଥିଲା ଧର୍ମେନ୍ଦ୍ରଙ୍କ ସହ ।

ଆଉ ସେଥିରେ ସେ ବିଜୟୀ ବି ହୋଇଥିଲେ । ନୟାଗଡର ଏହି ବିଧାୟକ ଏବେ ରାଜ୍ୟ କ୍ୟାବିନେଟରେ ଅଛନ୍ତି । କୃଷି ସହ ଉଚ୍ଚଶିକ୍ଷା ବିଭାଗ ତାଙ୍କ ହାତରେ । ୨୦୧୯ରୁ ସେ ଏହି ବିଭାଗର ମନ୍ତ୍ରୀ । ତେବେ ଅନ୍ୟ ଶିକ୍ଷାନୁଷ୍ଠାନ କଥା ଛାଡନ୍ତୁ, ବାଣୀବିହାରରେ ବି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହୋଇପାରି ନାହିଁ । ଏବେ ଏହି ଶିକ୍ଷାନୁଷ୍ଠାନର ଦୁଇ ଦୁଇ ଜଣ ପୁରାତନ ଛାତ୍ର, ଦେଶ ଓ ରାଜ୍ୟର ଶିକ୍ଷା ଦାୟିତ୍ୱର । ତେଣୁ ଆଗକୁ ଶିକ୍ଷାରେ ଉନ୍ନତିର ଆଶା କରିପାରିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ