Masthead

ଆଜି ଘୋଷଣା ହେବ ନିର୍ବାଚନ ତାରିଖ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଘୋଷଣା ହେବ ନିର୍ବାଚନ ତାରିଖ। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା ହେବା ନେଇ ସୂଚନା ମିଳିଛି। ଆଜି ଅପରାହ୍ନ ୩ଟାରେ ଏନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ ଇସିଆଇ । ଲୋକ ସଭା ଏବଂ କିଛି ରାଜ୍ୟର ବିଧାନସଭା ପାଇଁ ତାରିଖ ଘୋଷଣା ହୋଇପାରେ। ନିର୍ବାଚନ ତାରିଖ ଘୋଷଣା ସହ ଆଜି ନିର୍ବାଚନ ଆଚରଣ ବିଧି ଲାଗୁ ହେବ। ତେବେ ପ୍ରଥମ ପର୍ଯ୍ୟାୟ ଇଲେକ୍ସନ କେବେ ? କେତେଟି ପର୍ଯ୍ୟାୟରେ ଏଥର ହେବ ମତଦାନ ? ଭୋଟ୍ ସରିବାର କେତେ ଦିନ ପରେ କାଉଣ୍ଟିଂ ? ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏସବୁର ସ୍ପଷ୍ଟ ଉତ୍ତର ଆଜି ଅପରାହ୍ନରେ ମିଳିବ ।

ପୂର୍ବ ୨୦୧୯ ନିର୍ବାଚନ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା। ନିର୍ବାଚନ ଆୟୋଗ ରବିବାର ୨୦୧୯ରେ ଲୋକ ସଭା ନିର୍ବାଚନ ଘୋଷଣା କରିଥିଲେ, କିନ୍ତୁ ଏଥର ଶନିବାର ଘୋଷଣା କରାଯିବ। ସେପଟେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ଚିଠି ଜରିଆରେ ଦେଶବାସୀଙ୍କ ପାଇଁ ବାର୍ତା ଜାରି କରିଛନ୍ତି । ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ସହ ଆମର ସମ୍ପର୍କକୁ ୧୦ ବର୍ଷ ପୂରିଲା । ଆପଣମାନଙ୍କ ସମର୍ଥନ ଆମକୁ ଲଗାତାର ମିଳିଛି । ରାଷ୍ଟ୍ର ନିର୍ମାଣ ପାଇଁ ଆମେ ଅବିଶ୍ରାନ୍ତ ପରିଶ୍ରମ କରୁଛୁ ଏବଂ ଏହା ମୋଦୀ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୧୪୦ କୋଟି ଭାରତୀୟଙ୍କ ବିଶ୍ୱାସ ଏବଂ ସମର୍ଥନ ମୋତେ ବହୁତ ପ୍ରେରଣା ଦେଇଛି ।

ଲୋକଙ୍କ ଜୀବନରେ ଯେଉଁ ପରିବର୍ତ୍ତର୍ନ ଆସିଛି, ତାହା ଗତ ୧୦ ବର୍ଷରେ ଆମ ସରକାର ପାଇଁ ସବୁଠାରୁ ବଡ଼ ଉପଲବ୍ଧି । ଗରିବ, କୃଷକ, ଯୁବବର୍ଗ ଏବଂ ମହିଳାମାନଙ୍କ ଜୀବନଧାରଣର ମାନରେ ସୁଧାର ଆଣିବା ପାଇଁ ଏକ ଦୃଢ଼ ସଂକଳ୍ପବଦ୍ଧ ସରକାରର ନିଷ୍ଠାପର ପ୍ରୟାସର ଏହା ହେଉଛି ପରିବର୍ତ୍ତନକାରୀ ପରିଣାମ । ଆପଣମାନଙ୍କ ସମର୍ଥନ ଓ ବିଶ୍ୱାସ ଯୋଗୁଁ ଆମେ ଜିଏସଟି ଲାଗୁ କରିବା, ଧାରା ୩୭୦ ହଟାଇବା, ତିନି ତଲାକ ରୋକିବାକୁ ଆଇନ୍ ଆଣିବା, ଚାଷୀଙ୍କୁ ଆର୍ଥିକ ସହାୟତା, ଆୟୁଷ୍ମାନ ଭାରତ ମାଧ୍ୟମରେ ମାଗଣା ଚିକିତ୍ସା, ସଂସଦରେ ମହିଳାଙ୍କ ଭାଗିଦାରୀ ବଢ଼ିବା, ନୂଆ ସଂସଦ ଭବନର ଉଦଘାଟନ କରିବା ସହ ଅନେକ ଐତିହାସିକ ପଦକ୍ଷେପ ନେଇଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର