Masthead

ବାତିଲ ହେଲା ନିର୍ବାଚନୀ ରାଲି

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଦୁଇଟି ନିର୍ବାଚନ ରାଲି ବାତିଲ କଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଶନିବାର ପଶ୍ଚିମବଙ୍ଗର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ କୁଚବିହାରରେ ପ୍ରାଣ ହରାଇଥିଲେ ୪ଜଣ ଟିଏମସି କର୍ମୀ । ଏହାପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନାରେ ରଖି ନିର୍ବାଚନ କମିଶନ ସେହି ଅଞ୍ଚଳକୁ ଅସନ୍ତା ୭୨ଘଣ୍ଟା ପାଇଁ ରାଜନେତାଙ୍କ ପ୍ରବେଶକୁ ନିଷେଧ କରିଥିଲେ ।

ତେବେ ଗୁଳିକାଣ୍ଡର ସମୀକ୍ଷା କରିବାକୁ ଚତୁର୍ଥ ଦିନରେ କୁଚ ବିହାର ଗସ୍ତ କରିବେ ମମତା ବାନାର୍ଜୀ । ଏନେଇ ଆଜି ଏକ ପ୍ରେସମିଟ କରି ସୂଚନା ଦେଇଛନ୍ତି ମମତା । ସେହିଭଳି ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ କଥା ହୋଇ ଏପ୍ରିଲ ୧୪ରେ ସେମାନଙ୍କୁ ଦେଖା କରିବା ନେଇ କହିଛନ୍ତି ମମତା । ସେପଟେ ନିଜର ଏକ ଟ୍ୱିଟରେ ମମତା କହିଛନ୍ତି ମଡେଲ କୋଡ ଅଫ କଣ୍ଡକ୍ଟକୁ ନିର୍ବାଚନ କମିଶନ ମୋଦି କୋଡ ଅଫ୍ କଣ୍ଡକ୍ଟ ନାମରେ ନାମିତ କରିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ