Masthead

ବିଜୁଳି ଆଲୁଅ ସାତ ସପନ

ଦଶପଲ୍ଲା, (ବଡ଼ ଖବର ବ୍ୟୁରୋ): ସ୍ୱାଧିନତାର ୭୩ ବର୍ଷ ପରେ ବି ବିଜୁଳି ଆଲୁଅ ସାତ ସପନ । ସରକାର ପ୍ରତ୍ୟେକ ଗାଁ’କୁ ବିଜୁଳି ପହଞ୍ଚାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା କେତେ ମାତ୍ରାରେ ଫଳପ୍ରଦ ତାହା ବାସ୍ତବ ଚିତ୍ର ନୟାଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି । ନୟାଗଡ ଜିଲ୍ଲାରେ ଏବେ ବି ବହୁ ଅଞ୍ଚଳ ଅଛି ଯାହାକୁ ଦେଖିଲେ ଆପଣଙ୍କ ମନରେ ବି ପ୍ରଶ୍ନ ଆସିବ ଏମାନେ କ’ଣ ସମାଜର ମୁ୍ଖ୍ୟ ସ୍ରୋତରୁ ବିଚ୍ଛିନ୍ନ ? ଜିଲ୍ଲାର ୧୦ ଭାଗ ଗାଁକୁ ଏପର୍ୟ୍ୟନ୍ତ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଫଳରେ ଏହି ଗାଁ’ର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସରକାର ସବୁ ଗାଁ’କୁ ବିଜୁଳି ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ତାହା ପାଣିର ଗାର ହୋଇ ରହିଯାଇଛି । ଯାହାର ଫଳ ଭୋଗୁଛନ୍ତି ନିରୀହ ଗାଁ ଲୋକେ ।ପ୍ରାୟତଃ ଜଙ୍ଗଲରେ ରହୁଥିବା ଅଧିବାସୀ ମାନେ ଏହି ଅସୁବିଧାର ଅଧିକ ସମ୍ମୁଖୀନ ହେଉଛନ୍ତି । ସନ୍ଧ୍ୟା ହେଲେ ଏମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଏ । ଜଙ୍ଗଲି ଜନ୍ତୁଙ୍କ ଭୟ ଯୋଗୁଁ ବେଳ ଥାଉ ଥାଉ ଗାଁ ତାଟି କବାଟ ପଡିଯାଏ । ବିଜୁଳି ନଥିବା ଯୋଗୁଁ ଶିକ୍ଷା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ସବୁବେଳେ ଗାଁ କୁ ବିଜୁଳି ନିର୍ବାଚନ ପ୍ରତିଶୃତି ଥିବାବେଳେ ନିର୍ବାଚନ ପରେ ତାହା ସଂପୂର୍ଣ୍ଣ ଓଲଟି ଯାଏ । କେବେ ଏହି ଗ୍ରାମବାସୀଙ୍କ ପାଖରେ ପହଞ୍ଚିବ ବିଜୁଳି । କେବେ ସେମାନଙ୍କର ଜୀବନ ଆଲୋକିତ ହେବ ତାହା ଉପରେ ସମସ୍ତଙ୍କର ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ