Masthead

ଉତ୍ସବରେ ଯୋଗ ଦେଲେନି ୨୫ ପାର୍ଟି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ବିଜେପି ସମେତ ୨୫ ଟି ରାଜନୈତିକ ଦଳ ଭାଗ ନେଇଛନ୍ତି । କଂଗ୍ରେସ ସମେତ ୨୧ ଟି ଦଳ ବୟକଟ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବ ନିର୍ମିତ ସଂସଦ ଭବନ ଉଦଘାଟନ କରିଥିବାରୁ ୨୧ ଟି ବିରୋଧୀ ଦଳ ଉଦଘାଟନ ଉତ୍ସବ ବର୍ଜନ କରିଛନ୍ତି । କିନ୍ତୁ ବିଜେଡି ଏହି ଉତ୍ସବରେ ସାମିଲ ହୋଇଛି ।  ବିରୋଧୀ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ଦେଶର ମୁଖ୍ୟ । ଦେଶର ପ୍ରଥମ ନାଗରିକ ।

ସେ ହିଁ ନୂତନ ସଂସଦ ଭବନ ଉଦଘାଟନ କରିବା କଥା । କିନ୍ତୁ ବିଜେପି ବିରୋଧୀଙ୍କ ଦାବିକୁ ଗ୍ରହଣ କରି ନାହିଁ । ଉଦଘାଟନ ଉତ୍ସବରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ, ବିଜେଡି, ଲୋକ ଜନଶକ୍ତି ପାର୍ଟି, ବିଏସପି, ଏସଏଡି, ଜେଡିଏସ , ଟିଡିପି, ୱାଇଏସଆରସିପି , ଉତ୍ସବରେ ଯୋଗ ଦେଇଛନ୍ତି । ଡିଏମକେ , ଆପ, ଶିବସେନା(ଉଦ୍ଧବ ଠାକରେ), ଏସପି, ସିପିଆଇ, ସିପିଆଇ(ଏମ), ଜେଏମଏମ, କେସିଏମ, ଭିସିକେ, ଆରଏଲଡ଼ି, ଆରଜେଡି, ଟିଏମସି, ଜେଡିୟୁ, ଏନସିପି, ଆଇୟୁଏମଏଲ, ଏନସି, ଆରଏସପି, ବିଆରଏସ, ଏମଡିଏମକେ ଭବ୍ୟ ଉଦଘାଟନୀ ଉତ୍ସବକୁ ବର୍ଜନ କରିଛନ୍ତି । ମୋଟ ୫୩୯ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୩୮୨ ଜଣ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ।

ଏମାନଙ୍କ ମଧ୍ୟରେ ୩୦୧ କେବଳ ବିଜେପିର । ରାଜ୍ୟସଭାର ୨୩୮ ଜଣଙ୍କ ମଧ୍ୟରୁ ୧୩୧ ଜଣ ଉପସ୍ଥିତ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୩ କେବଳ ବିଜେପିର । ୧୩୧ ସଦସ୍ୟ ୫ ଥର ଲେଖାଏଁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି । ସୁପ୍ରିମକୋର୍ଟର ପୂର୍ବତ୍ତନ ମୁଖ୍ୟ ବିଚାରପତି ରାଜନ ଗୋଗୋଇ , ଦୌଡ଼ରାଣୀ ପିଟି ଉଷା, ବିଖ୍ୟାତ ଫିଲ୍ମ ନିଦେ୍ର୍ଦଶକ ଭି ବିଜୟେନ୍ଦ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ