Masthead

ଓଡ଼ିଶାରେ ଅସୁରକ୍ଷିତ ଗଜରାଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ବିଶ୍ୱ ହାତୀ ଦିବସ । ଜଙ୍ଗଲର ଏହି ବୃହତ ପ୍ରାଣୀ ସଙ୍କଟରେ । ଗଜରାଜର ସୁରକ୍ଷା ପାଇଁ ସମଗ୍ର ବିଶ୍ୱ ପାଳୁଛି ହସ୍ତୀ ଦିବସ । କିନ୍ତୁ ହାତୀର ଅନ୍ତୁଡ଼ିଶାଳ ଓଡ଼ିଶାରେ ୧୧ ବର୍ଷରେ ୮୬୨ ହାତୀଙ୍କ ଜୀବନ ଯାଇଛି । ଟ୍ରେନ ଦୁର୍ଘଟଣାରେ ୩୧ ସଡ଼କ ଦୁର୍ଘଟଣାରେ ୬ ବିଦ୍ୟୁତ ଆଘାତରେ ୧୩୫ ହାତୀଙ୍କ ମୃ୍ତ୍ୟୁ ହୋଇଛି । ୮୬ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩୭ଟି ବିଷକ୍ରିୟା ଯୋଗୁଁ ମରିଛନ୍ତି ।

ଗତ ୨୦ ଦିନ ଭିତରେ ରାଜ୍ୟରେ ୫ ହାତୀଙ୍କ ମୃତ୍ୟୁ ପରିବେଶ ବିତଙ୍କ ଚିନ୍ତା ବଢ଼ାଇଦେଇଛି । ୧୯୭୯ରେ ଓଡ଼ିଶାରେ ୨୦୪୪ ହାତୀ ଥିଲେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ହାତୀ ବଂଶ ବୃଦ୍ଧି ହୋଇନାହିଁ । ୨୦୧୭ରେ ୧୯୭୬ ହାତୀ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟାରେ ବୃଦ୍ଧି ଘଟିନାହିଁ । ବିଶ୍ୱ ହସ୍ତୀ ଦିବସ ଅବସରରେ ନନ୍ଦନକାନନରେ ପାଳନ ହେଉଛି ସ୍ୱତନ୍ତ୍ର ଉତ୍ସବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ