ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ

କଟକ (ବଡ଼ ଖବର ବ୍ୟୁରୋ): ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ଅସଲି ପୋଲିସ ନାଁ ରେ ଜଣେ ମହିଳାଙ୍କୁ ପ୍ରଥମେ ପ୍ରେମ ବିବାହ ପାଇଁ ପ୍ରତିଶ୍ରୁତି ଆଉ ତା’ପରେ ମହିଳାଙ୍କ ଠାରୁ ୧ଲକ୍ଷ ୬୪ହଜାର ୨୦୦ଟଙ୍କା ଠକିବା ଅଭିଯୋଗରେ ଜଣେ ନକଲି ପୋଲିସକୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଭାନୁପ୍ରିୟା ନାମକ ଜଣେ ମହିଳା ଗତ ୧୧ରେ ତାଙ୍କ ସହ ଠକେଇ ହୋଇଥିବା ନେଇ ଏକ ଅଭିଯୋଗ କରିଥିଲେ ।

ଭୁବନେଶ୍ୱର କ୍ୟାପିଟାଲ ଥାନା ୟୁନିଟ-୬ ଅଞ୍ଚଳରେ ରହୁଥିବା ନୟାଗଡ଼ ଜିଲ୍ଲା ଖତେଗଡ ଗ୍ରାମର ପ୍ରତପ କୁମାର ଦାସ ଟ୍ରାଭେଲ ବ୍ୟବସାୟ କରନ୍ତି । କିନ୍ତୁ ନିଜକୁ ପୋଲିସ ଅଫିସର ପରିଚୟ ଦେବା ସହ ଭୁବନେଶ୍ୱରର ସ୍ପେଶାଲ ଅଫିସର କହି ତାଙ୍କ ଠାରୁ ଏଇ ଅର୍ଥକୁ ଠକିଥିବା ଅଭିଯୋଗ ଥିଲା । ତେବେ ଭାନୁପ୍ରିୟାଙ୍କ ସହ ପ୍ରତାପଙ୍କର ଫେସବୁକ ମାଧ୍ୟମରେ ସମ୍ପର୍କ ଗଢ଼ି ଉଠିଥିଲା । ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା କହି ଭାନୁପ୍ରିୟାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଅଭିଯୁକ୍ତ ପ୍ରତାପ ।

ବଦଳି ପାଇଁ ପୋଲିସର ଉପରସ୍ତ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ପଡ଼ିବ ବୋଲି କହି ଭାନୁପ୍ରିୟାଙ୍କୁ ଟଙ୍କା ମାଗିଥିଲା । ଭାନୁପ୍ରୟା ମଧ୍ୟ ପ୍ରତାପକୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଦେଇଥିଲେ । ଉକ୍ତ ଟଙ୍କାକୁ ଫେରି ପାଇବା ପାଇଁ ଭାନୁପ୍ରିୟା ମାଗିବାରୁ ପ୍ରତାପ ତାଙ୍କୁ ଏବଂ ତାଙ୍କ ମା ଙ୍କୁ ଅଶ୍ଲୀଳ ଭାଷରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାପାଇଁ ଧମକ ଦେଇଥିଲା । ଲାଲବାଗ ଥାନା ପୋଲିସ ଏହି ମାମଲାରେ ପ୍ରତାପକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା’ ନିକଟରୁ ନଗଦ ୩୦ହଜାର ଟଙ୍କା ଜବତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!