Masthead

ଚାଷୀ ପାଳୁଛନ୍ତି ସଦଭାବନା ଦିବସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଚାଷୀ ପାଳନ କରୁଛନ୍ତି ସଦଭାବନା ଦିବସ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଉପବାସ ରହି ଆନ୍ଦୋଳନ କରିବା ପାଇଁ ନିଷ୍ପତି ନେଇଛନ୍ତି ଚାଷୀ ସଂଗଠନ । ଏହି ଆନ୍ଦୋଳନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସାରାଦେଶରେ ଚାଷୀ ପାଳନ କରୁଛନ୍ତି ସଦଭାବନା ଦିବସ । ସକାଳ ୫ରୁ ଆରମ୍ଭ ହୋଇଥିବା ବେଳେ ସଂନ୍ଧ୍ୟା ୫ପର୍ଯ୍ୟନ୍ତ ଚାଲିବ ଏହି ଆନ୍ଦୋଳନ । କୃଷି ଆଇନ ପ୍ରତ୍ୟାହାର ଦାବିକୁ ଜୋରଦାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀ ।

ସେପଟେ ସିଙ୍ଘୁ ସୀମାରେ ଗତକାଲି ସ୍ଥାନୀୟ ଲୋକ ଓ ଚାଷୀଙ୍କ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଆନ୍ଦୋଳନ ହଟାଇବା ପାଇଁ ସ୍ଥାନୀୟ ବାସିନ୍ଦା ଭିକ୍ଷୋବ କରିଥିଲେ । ଫଳରେ ଏହି ହିଂସାକାଣ୍ଡ ହୋଇଥିଲା । ତେବେ ସିଙ୍ଘୁ ବର୍ଡରେ ପୋଲିସ ଉପରକୁ ଖଣ୍ଡାରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରିଛି । ଜାନୁଆରୀ ୨୬ ଟ୍ରାକ୍ଟର ରାଲିରେ ଲାଲକିଲ୍ଲାରେ କୃଷକମାନେ ହିଂସାକାଣ୍ଡ ଘଟାଇଥିଲେ । ଏହାପରେ କୃଷକ ଆନ୍ଦୋଳନ ଦୁର୍ବଳ ହୋଇ ପଡିଥିଲା । ଅନେକ ସଙ୍ଗଠନ ମଧ୍ୟ ଆନ୍ଦୋଳନରୁ ଓହରିଯାଇଥିଲେ ।

ରାକେଶ ଟିକୈତଙ୍କ ଭାଷଣ ପରେ ଆନ୍ଦୋଳନ ପୁଣି ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଏହାମଧ୍ୟରେ ଶୁକ୍ରବାର ମୁଜାଫରନଗରରେ କୃଷକମାନେ ମହାପଞ୍ଚାୟତ ଆୟୋଜନ କରିଥିଲେ । ଏଥିରେ ମୁଜାଫରନଗର ଓ ପଶ୍ଚିମ ୟୁପିର ଅନ୍ୟ ଜିଲ୍ଲାରେ ଶନିବାର ଦିଲ୍ଲୀ ଆଡେ ରାଲି ବାହାରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମହାପଞ୍ଚାୟତରେ ଆରଏଲଡି ନେତା ଜୟନ୍ତ ଚୌଧୁରୀ ଓ ଆପ୍ ନେତା ସଞ୍ଜୟ ସିଂ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ