Masthead

ବାଘକୁ ଅଂଶୁଘାତ ଅନ୍ୟପଟରେ ପାଣି ଅଭାବରୁ ହାତୀର ମୃତ୍ୟୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅସହ୍ୟ ତାତିରେ ଖାଲି ମଣିଷ ଛଟପଟ ନୁହେଁ, ପଶୁପକ୍ଷୀ ବି ହାହାକାର ଅବସ୍ଥାରେ । ଅଂଶୁଘାତର ଶିକାର ହୋଇ ଆତଙ୍କ ଖେଳାଇଥିବା ନୂଆପଡ଼ା ବାଘ ଶେଷରେ ଆତ୍ମସମର୍ପଣ କରିଛି । ଖାଲି ବାଘ ନୁହେଁ ପାଣି ବିନା ଜୀବନ ହାରିଛି ନରସିଂହପୁରର ହାତୀ । ଦେଖନ୍ତୁ ଏ ଦୃଶ୍ୟକୁ । ଚିତ୍ ହୋଇପଡ଼ିରହିଥିବା ଏ ବାଘ ସେହି କଲରାପତରିଆ ବାଘ, ଯାହା ଆତଙ୍କରେ 2 ମାସହେଲା ସ୍ଥାନୀୟ ଅଞ୍ଚଳ ଭୟଭୀତ ଅବସ୍ଥାରେ ଥିଲା । ଏପରିକି ମଣିଷକୁ ବି ମାରି ଖାଇଥିଲା ଏହି ବାଘ । ହେଲେ ଆଜି ଅଂଶୁଘାତ ମାଡ଼ରେ ନିସ୍ତେଜ ହୋଇପଡ଼ି ରହିଛି । ଲୋକେ ଘେରି ରହିଛନ୍ତି, ପାଣି ଛାଟୁଛନ୍ତି, ସେ କିନ୍ତୁ ଉଠିପାରୁନାହିଁ ।  ଯେଉଁ ବାଘକୁ ଏତେ ଦିନ ଧରି କ୍ୟାମେରା ଲଗାଇ ଖୋଜୁଥିଲା ବନବିଭାଗ, ତଥାପି ଧରିପାରୁ ନ ଥିଲା । ସେହି ବାଘ ସିଲେରିବାହାରା ଗାଁର ଗୋଟିଏ ଗଛତଳେ ତିନି ଘଣ୍ଟାରୁ ଅଧକ ସମୟ ଧରି ବସି ରହିଥିଲା । ଫଳରେ ଅତି ସହଜରେ ତାକୁ କାବୁ କରାଯାଇଥିଲା । ପ୍ରଥମେ ଜାଲ ପରେ ଏକ ଖୁଆଡ଼ରେ ତାକୁ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ସ୍ଥାନାନ୍ତର କରାଯାଇଛି । ଅଂଶୁଘାତର ଶିକାର ହୋଇ ଏହି ବାଘ ଧରାଦେଇଥିବା ବେଳେ ଆଉଗୋଟିଏ ବାଘ ଜଙ୍ଗଲରେ ଥିବା ସ୍ଥାନୀୟ ଲୋକେ ଆଶଙ୍କା ପ୍ରକଟ କରିଛନ୍ତି ।

ଗୋଟିଏ ପଟେ ନୂଆପଡ଼ାରୁ ବାଘକୁ ଅଂଶୁଘାତର ଖବର ଅନ୍ୟପଟରେ କଟକ ଜିଲ୍ଲା ନରସିଂହପୁରରୁ ପାଣି ଅଭାବରୁ ହାତୀ ମୃତ୍ୟୁର ଦୁଃଖଦ ଖବର । ନରସିଂହପୁର ପୂର୍ବ ବନାଞ୍ଚଳ ଅଧିନ ବ୍ରାହ୍ମଣୀ ବିଟ ନୂଆଗଡ଼ ସେକ୍ସନ କମ୍ପାଟମେଣ୍ଟ ତିନିରେ ଶୋଷରେ ଛଟପଟ ହୋଇ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ହାତୀର ଗଳିତ ଶବକୁ ବନବିଭାଗ ଉଦ୍ଧାର କରିଛି। ହାତୀ ଟି ପାଣି ଅଭାବରୁ ପ୍ରାୟ 20 ରୁ 25 ଦିନ ପୂର୍ବରୁ ମରିଥିବା ଅନୁମାନ କରାଯାଉଛି । ବନ ବିଭାଗ ପକ୍ଷରୁ ଶୁକ୍ରବାର ହାତୀର ଗଳିତ ଶବକୁ ଠାବ କରାଯାଇ ତରବରିଆ ଭାବେ ପୋତି ଦିଆ ଯାଇଥିବା ଜଣାପଡିଛି। ହାତୀଟିର ବୟସ ଦୁଇରୁ ତିନି ବର୍ଷ ହେବ । ଅସହ୍ୟ ତାତିରେ ସମଗ୍ର ଜୀବଜଗତ ଅସହାୟ ହୋଇପଡ଼ିଛି । ଜଙ୍ଗଲରେ ଜଳକଷ୍ଟ ଉତ୍କଟ ହୋଇଛି । ଫଳରେ ପଶୁପକ୍ଷୀ ପାଣିବିନା ଜୀବନ ହାରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ