Masthead

ଅଂଶୁଘାତରେ ବାଘର ଆତ୍ମସମର୍ପଣ, ପାଣି ବିନା ହାତୀ ମୃତ

ଜଙ୍ଗଲରେ ଉତ୍କଟ ଜଳକଷ୍ଟ

ନୂଆପଡ଼ା/ନରସିଂହପୁର(ବଡ଼ ଖବର ବ୍ୟୁରୋ): ଅସହ୍ୟ ତାତିରେ ଖାଲି ମଣିଷ ଛଟପଟ ନୁହେଁ, ପଶୁପକ୍ଷୀ ବି ହାହାକାର ଅବସ୍ଥାରେ । ଅଂଶୁଘାତର ଶିକାର ହୋଇ ଆତଙ୍କ ଖେଳାଇଥିବା ନୂଆପଡ଼ା ବାଘ ଶେଷରେ ଆତ୍ମସମର୍ପଣ କରିଛି । ଖାଲି ବାଘ ନୁହେଁ ପାଣି ବିନା ଜୀବନ ହାରିଛି ନରସିଂହପୁରର ହାତୀ । ଚିତ୍ ହୋଇପଡ଼ିରହିଥିବା ବାଘ ସେହି କଲରାପତରିଆ ବାଘ, ଯାହା ଆତଙ୍କରେ ଦୁଇମାସ ହେଲା ସ୍ଥାନୀୟ ଅଞ୍ଚଳ ଭୟଭୀତ ଅବସ୍ଥାରେ ଥିଲା । ଏପରିକି ମଣିଷକୁ ବି ମାରି ଖାଇଥିଲା ଏହି ବାଘ । ହେଲେ ଆଜି ଅଂଶୁଘାତ ମାଡ଼ରେ ନିସ୍ତେଜ ହୋଇପଡ଼ି ରହିଛି । ଲୋକେ ଘେରି ରହିଛନ୍ତି, ପାଣି ଛାଟୁଛନ୍ତି, ସେ କିନ୍ତୁ ଉଠିପାରୁନାହିଁ । ଯେଉଁବାଘକୁ ଏତେ ଦିନ ଧରି କ୍ୟାମେରା ଲଗାଇ ଖୋଜୁଥିଲା ବନବିଭାଗ, ତଥାପି ଧରିପାରୁ ନ ଥିଲା । ସେହି ବାଘ ସିଲେରିବାହାରା ଗାଁର ଗୋଟିଏ ଗଛତଳେ ତିନି ଘଣ୍ଟାରୁ ଅଧିକ ସମୟ ଧରି ବସି ରହିଥିଲା । ଫଳରେ ଅତି ସହଜରେ ତାକୁ କାବୁ କରାଯାଇଥିଲା । ପ୍ରଥମେ ଜାଲ ପରେ ଏକ ଖୁଆଡ଼ରେ ତାକୁ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ସ୍ଥାନାନ୍ତର କରାଯାଇଛି । ଅଂଶୁଘାତର ଶିକାର ହୋଇ ଏହି ବାଘ ଧରାଦେଇଥିବା ବେଳେ ଆଉଗୋଟିଏ ବାଘ ଜଙ୍ଗଲରେ ଥିବା ସ୍ଥାନୀୟ ଲୋକେ ଆଶଙ୍କା ପ୍ରକଟ କରିଛନ୍ତି ।

 ଗୋଟିଏ ପଟେ ନୂଆପଡ଼ାରୁ ବାଘକୁ ଅଂଶୁଘାତର ଖବର ଅନ୍ୟପଟରେ କଟକ ଜିଲ୍ଲା ନରସିଂହପୁରରୁ ପାଣି ଅଭିବାବରୁ ହାତୀ ମୃତ୍ୟୁର ଦୁଃଖଦ ଖବର । ନରସିଂହପୁର ପୂର୍ବ ବନାଞ୍ଚଳ ଅଧିନ ବ୍ରାହ୍ମଣୀ ବିଟ ନୂଆଗଡ଼ ସେକ୍ସନ କମ୍ପାଟମେଣ୍ଟ ତିନିରେ ଶୋଷରେ ଛଟପଟ ହୋଇ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ହାତୀର ଗଳିତ ଶବକୁ ବନବିଭାଗ ଉଦ୍ଧାର କରିଛି। ହାତୀଟି ପାଣି ଅଭାବରୁ ପ୍ରାୟ କୋଡ଼ିଏରୁ ପଚିଶ ଦିନ ପୂର୍ବରୁ ମରିଥିବା ଅନୁମାନ କରାଯାଉଛି । ବନ ବିଭାଗ ପକ୍ଷରୁ ଶୁକ୍ରବାର ହାତୀର ଗଳିତ ଶବକୁ ଠାବ କରାଯାଇ ତରବରିଆ ଭାବେ ପୋତି ଦିଆ ଯାଇଥିବା ଜଣାପଡିଛି। ହାତୀଟିର ବୟସ ଦୁଇରୁ ତିନି ବର୍ଷ ହେବ ।

 ଅସହ୍ୟ ତାତିରେ ସମଗ୍ର ଜୀବଜଗତ ଅସହାୟ ହୋଇପଡ଼ିଛି । ଜଙ୍ଗଲରେ ଜଳକଷ୍ଟ ଉତ୍କଟ ହୋଇଛି । ଫଳରେ ପଶୁପକ୍ଷୀ ପାଣିବିନା ଜୀବନ ହାରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା