Masthead

କର୍ମଚାରୀଙ୍କ ପାଇଁ ନୂଆ ସହର କରିବେ ଏଲନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କର୍ମଚାରୀଙ୍କ ପାଇଁ ନୂଆ ସହର ତିଆରି କରିବେ ଏଲନ୍ ମସ୍କ । ବିଶ୍ୱର ଦ୍ୱିତୀୟ ଧନୀ ଉଦ୍ୟୋଗପତି ତଥା ଟେସଲାର ମାଲିକ ଏଲନ ମସ୍କ ନିଜର ଏକ ସହର ସ୍ଥାପନ କରିବା ନେଇ ବିଚାର କରୁଛନ୍ତି । ଏଲନ ମସ୍କ ଏହି ସହର ତିଆରି କରିବା ପାଇଁ ଟେକ୍ସାସରେ ହଜାର ଏକର ଜମି ଅଧିଗ୍ରହଣ କରିଛନ୍ତି । ଏହି ସହରରେ ମସ୍କଙ୍କ କମ୍ପାନୀର କର୍ମଚାରୀମାନେ ରହିବେ ଏବଂ କାମ କରିବେ । ଅଷ୍ଟିନ ପାଖରେ ଅତିକମରେ ୩,୫୦୦ ଏକରର ଜମି କିଣାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ ଏଲନ ମସ୍କ ସ୍ନେଲବ୍ରୁକ ନାମକ ଏକ ସହର ବସାଇବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମସ୍କ ଯେଉଁଠାରେ ସହର ସ୍ଥାପନ କରିବାକୁ ଯାଉଛନ୍ତି ସେହି ଅଞ୍ଚଳ ବୋରିଂ ଏବଂ ସ୍ପେସ ଏକ୍ସର ନିର୍ମାଣଧୀନ ପ୍ଲାଣ୍ଟ ପାଖରେ ହିଁ ରହିଛି । ଏହି ସ୍ଥାନ ଟେକ୍ସାସରେ କୋଲୋରାଡୋ ନଦୀ କୂଳରେ ଅବସ୍ଥିତ । ଏଠାରେ ମସ୍କଙ୍କ କମ୍ପାନୀର କର୍ମଚାରୀ ରହିବେ ଏବଂ ପାଖରେ ହିଁ ଥିବା କମ୍ପାନୀକୁ କାମ କରିବାକୁ ଯାଇପାରିବେ । ଏହି ସହରରେ ୧୦୦ କୋଠା ବନାଇବାର ପ୍ଲାନ ଥିବାବେଳେ ପୁଲ ଏବଂ ଖେଳ ମଇଦାନ ମଧ୍ୟ ରଖିବାର ଯୋଜନା କରାଯାଉଛି । ଏହା ପୂର୍ବରୁ ଏଲନ ମସ୍କ ଘୋଷଣା କରିଥିଲେ ଯେ ସେ ଟେସ୍ଲାର ମୁଖ୍ୟାଳୟ ଏବଂ ନିଜ ଘରକୁ କାର୍ଲିଫୋନିଆରୁ ଟେକ୍ସାସକୁ ସ୍ଥାନାନ୍ତର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ