Masthead

ଚର୍ଚ୍ଚାରେ ମୋଦିଙ୍କ ନୂଆ ମନ୍ତ୍ରାଳୟ, ଜାଣନ୍ତୁ କାହିଁକି ଶାହଙ୍କୁ ମିଳିଲା ଏହି ବିଭାଗର ଦାୟିତ୍ୱ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନୂଆ କରି ତିଆରି ହୋଇଥିବା କେନ୍ଦ୍ର ମନ୍ତ୍ରାଳୟକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପୂର୍ବରୁ କେନ୍ଦ୍ରର ମୋଦି ସରକାର ତିଆରି କରିଛନ୍ତି ସହଯୋଗ ମନ୍ତ୍ରାଳୟ । ଆଉ ଏହି ମନ୍ତ୍ରାଳୟର ପ୍ରଥମ ମନ୍ତ୍ରୀ ହୋଇଛନ୍ତି ଅମିତ ଶାହ । ତେବେ ଅନେକ ମନ୍ତ୍ରୀ ନୂଆ ଥିବା ବେଳେ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ଏହି ମନ୍ତ୍ରୀ ପଦ କାହିଁକି ଦେଲେ ଏନେଇ ବହୁ ପ୍ରଶ୍ନ ଉଠିଥିଲା । ତେବେ ଶାହ ଏହି ବିଭାଗରେ ପୂର୍ବରୁ କାମ କରିସାରିଛନ୍ତି ବୋଲି ତାଙ୍କୁ ଏହି ବିଭାଗ ଦିଆଯାଇଥିବା ଜଣାପଡ଼ିଛି । ଗୁଜୁରାଟରେ ଶାହ କୋପରେଟିଭ ସୋସାଇଟିର ଅଧ୍ୟକ୍ଷ ଥିଲେ ।

ସେତେବେଳେ ଏହି ବିଭାଗର ଦାୟିତ୍ୱ ସେ ଅତି ଦକ୍ଷତାର ସହ ତୁଲାଇ ରାଜ୍ୟରେ ବହୁ ପ୍ରଶଂସା ସାଉଁଟିଥିଲେ । ସମବାୟ ବ୍ୟବସ୍ଥାକୁ ମଜବୁତ କରି ଏହାକୁ ନୀତିଗତ ଢାଞ୍ଚା ଦେବାକୁ ଏହି ମନ୍ତ୍ରାଳୟର ଗଠନ କରାଯାଇଛି । ତେବେ ତୃଣମୂଳ ସ୍ତରରେ ଲୋକଙ୍କୁ ଏହା ସହଯୋଗ କରିବ ବୋଲି କୁହାଯାଉଛି । ଏହି ବିଭାଗ ବିଭିନ୍ନ ରାଜ୍ୟରେ ରହିଛି ।

କିନ୍ତୁ କେନ୍ଦ୍ରରେ ଏହାକୁ ମନ୍ତ୍ରାଳୟ ରୂପ ଦେଇଛନ୍ତି ମୋଦି ସରକାର । ଅମିତ ଶାହ ଗୁଜୁରାଟର ବିଜେପି କୋପରେଟିଭ ମେସଲର ଅଧ୍ୟକ୍ଷ ରହିଥିଲେ । ସେ ଅହମଦାବାଦ ଜିଲ୍ଲା କୋପରେଟିଭ ବ୍ୟାଙ୍କର ଅଧ୍ୟକ୍ଷ ଥିଲେ । ତେବେ ମାତ୍ର ୩୬ବର୍ଷ ବୟସରେ ଶାହ ଏହି ଦାୟିତ୍ୱ ନେଇଥିଲେ । ତାଙ୍କର ପ୍ରଥମ ବର୍ଷ କାର୍ଯ୍ୟକାଳରେ ୬.୬୦ କୋଟି ଟଙ୍କାର ଲାଭ ଦେଖାଇଥିଲା । ଏହାପରେ ଗୁଜୁରାଟରେ ଅମିତ ଶାହ ଫାଦର ଅଫ୍ କୋଭରେଟିଭ୍ ମୁଭମେଣ୍ଟ ଭାବରେ ପରିଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା