ଚର୍ଚ୍ଚାରେ ମୋଦିଙ୍କ ନୂଆ ମନ୍ତ୍ରାଳୟ, ଜାଣନ୍ତୁ କାହିଁକି ଶାହଙ୍କୁ ମିଳିଲା ଏହି ବିଭାଗର ଦାୟିତ୍ୱ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନୂଆ କରି ତିଆରି ହୋଇଥିବା କେନ୍ଦ୍ର ମନ୍ତ୍ରାଳୟକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପୂର୍ବରୁ କେନ୍ଦ୍ରର ମୋଦି ସରକାର ତିଆରି କରିଛନ୍ତି ସହଯୋଗ ମନ୍ତ୍ରାଳୟ । ଆଉ ଏହି ମନ୍ତ୍ରାଳୟର ପ୍ରଥମ ମନ୍ତ୍ରୀ ହୋଇଛନ୍ତି ଅମିତ ଶାହ । ତେବେ ଅନେକ ମନ୍ତ୍ରୀ ନୂଆ ଥିବା ବେଳେ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ଏହି ମନ୍ତ୍ରୀ ପଦ କାହିଁକି ଦେଲେ ଏନେଇ ବହୁ ପ୍ରଶ୍ନ ଉଠିଥିଲା । ତେବେ ଶାହ ଏହି ବିଭାଗରେ ପୂର୍ବରୁ କାମ କରିସାରିଛନ୍ତି ବୋଲି ତାଙ୍କୁ ଏହି ବିଭାଗ ଦିଆଯାଇଥିବା ଜଣାପଡ଼ିଛି । ଗୁଜୁରାଟରେ ଶାହ କୋପରେଟିଭ ସୋସାଇଟିର ଅଧ୍ୟକ୍ଷ ଥିଲେ ।

ସେତେବେଳେ ଏହି ବିଭାଗର ଦାୟିତ୍ୱ ସେ ଅତି ଦକ୍ଷତାର ସହ ତୁଲାଇ ରାଜ୍ୟରେ ବହୁ ପ୍ରଶଂସା ସାଉଁଟିଥିଲେ । ସମବାୟ ବ୍ୟବସ୍ଥାକୁ ମଜବୁତ କରି ଏହାକୁ ନୀତିଗତ ଢାଞ୍ଚା ଦେବାକୁ ଏହି ମନ୍ତ୍ରାଳୟର ଗଠନ କରାଯାଇଛି । ତେବେ ତୃଣମୂଳ ସ୍ତରରେ ଲୋକଙ୍କୁ ଏହା ସହଯୋଗ କରିବ ବୋଲି କୁହାଯାଉଛି । ଏହି ବିଭାଗ ବିଭିନ୍ନ ରାଜ୍ୟରେ ରହିଛି ।

କିନ୍ତୁ କେନ୍ଦ୍ରରେ ଏହାକୁ ମନ୍ତ୍ରାଳୟ ରୂପ ଦେଇଛନ୍ତି ମୋଦି ସରକାର । ଅମିତ ଶାହ ଗୁଜୁରାଟର ବିଜେପି କୋପରେଟିଭ ମେସଲର ଅଧ୍ୟକ୍ଷ ରହିଥିଲେ । ସେ ଅହମଦାବାଦ ଜିଲ୍ଲା କୋପରେଟିଭ ବ୍ୟାଙ୍କର ଅଧ୍ୟକ୍ଷ ଥିଲେ । ତେବେ ମାତ୍ର ୩୬ବର୍ଷ ବୟସରେ ଶାହ ଏହି ଦାୟିତ୍ୱ ନେଇଥିଲେ । ତାଙ୍କର ପ୍ରଥମ ବର୍ଷ କାର୍ଯ୍ୟକାଳରେ ୬.୬୦ କୋଟି ଟଙ୍କାର ଲାଭ ଦେଖାଇଥିଲା । ଏହାପରେ ଗୁଜୁରାଟରେ ଅମିତ ଶାହ ଫାଦର ଅଫ୍ କୋଭରେଟିଭ୍ ମୁଭମେଣ୍ଟ ଭାବରେ ପରିଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ