Masthead

ଟଲ୍ ମ୍ୟାନ୍‌ଙ୍କୁ ମନେ ପକାଉଛି ସାରା ଓଡ଼ିଶା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ଟଲ୍ ମ୍ୟାନ୍‌ଙ୍କୁ ମନେ ପକାଉଛି ସାରା ଓଡ଼ିଶା। ଆଜିର ଦିନକୁ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଆଜି ଏକ ମାର୍ଗଦର୍ଶିକା ଉନ୍ମୋଚିତ ହେବ । ପଞ୍ଚାୟତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥାର ସୁବନ୍ଦୋବସ୍ତ ପାଇଁ ଏକ ସଫ୍ଟୱେର ପ୍ରଥମ ଥର ପାଇଁ ଭୁବନେଶ୍ୱର ବ୍ଲକରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ ।

ଏହାପରେ ସମସ୍ତ ବ୍ଲକରେ କାର୍ଯ୍ୟକାରୀ ହେବ । ପଞ୍ଚାୟତିରାଜ ଦିବସରେ ୧୨ଟି ଗ୍ରାମ ପଞ୍ଚାୟତକୁ ଆଇଏସଓ ପ୍ରମାଣପତ୍ର ଆବଣ୍ଟନ କରିବା ପାଇଁ ଏଲଏମଏସ୍ ଓ ୟୁନିଭର୍ସାଲ ସାର୍ଟିଫିକେସନ ଏଜେନ୍ସି ସମ୍ମତି ଜଣାଇଛନ୍ତି । ସେହିପରି ଇ-ପଞ୍ଚାୟତ ସଭା ମୋବାଇଲ ଆପର ଲୋକାର୍ପଣ କରାଯିବ । ଏହାଦ୍ୱାରା ସମସ୍ତ ଗ୍ରାମ ପଞ୍ଚାୟତର ମାସିକ ପଞ୍ଚାୟତ ସଭା ଓ ସମ୍ପର୍କିତ ବିବରଣୀ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ । ତାଲିମ ପରିଚାଳନା ପୋର୍ଟାଲର ମଧ୍ୟ ଲୋକାର୍ପଣ ହେବ ।

ଏହି ପୋର୍ଟାଲ ଦ୍ୱାରା ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ସମସ୍ତ ତଥ୍ୟ ଅତି ସଂକ୍ଷେପରେ ଉପଲବ୍ଧ ହେବ । ଏହାସହ ଅନ୍ୟ କିଛି କାର୍ଯ୍ୟକ୍ରମ ମଧ୍ୟ ରହିଛି ।୧୯୧୬ ମସିହା ମାର୍ଚ୍ଚ ୫ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ । ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଏବଂ ପରେ ୧୯୯୦ରୁ ୧୯୯୫ ପର୍ୟ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ।

କେନ୍ଦ୍ରରେ କୋଇଲା ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି । ଜଣେ ନିର୍ଭିକ ପାଇଲଟ ଭାବେ ତାଙ୍କର ସୁଖ୍ୟାତି ଥିଲା। ଇଣ୍ଡୋନେସିଆ ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲା । ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର। ତେଣୁ ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ