Before Header

ବୁଲା କୁକୁରଙ୍କ ଦେବଦୂତ ବିଭା

0 27

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୦ରେ କରୋନା ମହାମାରୀର ଭୟାବହତାକୁ ଦେଖି ଲାଗୁ କରାଯାଇଥିଲା ଲକଡାଉନ୍ । ଏଥିରେ ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ତ ହୋଇଥିଲେ । ହେଲେ ଏଥିରୁ ବର୍ତ୍ତି ନଥିଲେ ବୁଲା ପଶୁ । ଖାଇବାକୁ ନପାଇ ବହୁ ବୁଲା ପଶୁଙ୍କର ଅବସ୍ଥା ବି ଶୋଚନୀୟ ହୋଇଯାଇଥିଲା । ଆଉ ସେହି ଦିନ ଠାରୁ ଦେବଦୂତ ସାଜି ବହୁ ପଶୁପ୍ରେମୀ ସେମାନଙ୍କ ମୁହଁରେ ଆହାର ଯୋଗାଇଥିଲେ । ୨୦୨୦ରେ ଲାଗୁ ହୋଇଥିଲା ଲକ୍ ଡାଉନ୍ । ମଣିଷ ତ ମଣିଷ, ଏଥିରେ ପଶୁ ମାନେ ବି କଲବଲ ହୋଇଥିଲେ ।

ଖାଦ୍ୟ ପାଇଁ ବୁଲା ପଶୁ ମାନଙ୍କ ହାଲ୍ ବେହାଲ୍ ହୋଇଥିଲା । ଏହି ସମୟରେ ଦେବଦୂତ ସାଜି ଅନେକ ଲୋକ ପଶୁ ମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ବୁଲି ବୁଲି କୁକୁର, ଷଣ୍ଢ ଆଦିଙ୍କୁ ଖାଇବା ଯୋଗାଇଥିଲେ । ବୁଲା ପଶୁ ମାନେ ଲୋକଙ୍କ ଅଇଁଠା ଖାଦ୍ୟ ବା ଫୋପଡ଼ା ଯାଇଥିବା ଖାଦ୍ୟ ଉପରେ ନିର୍ଭର କରନ୍ତି । କିନ୍ତୁ ଲକ୍ଡାଉନ୍ରେ ଲୋକମାନେ ଘରେ ରହିବା କାରଣରୁ ଖାଦ୍ୟର ସବୁ ମାଧ୍ୟମ ବନ୍ଦ ମଧ୍ୟ ରହିଥିଲା । ତେବେ ସେଥିମଧ୍ୟରୁ ଜଣେ ଚର୍ଚ୍ଚିତ ଚେହେରା ଥିଲେ, ଦିଲ୍ଲୀର ଭେଟେରିଆନ୍ ଛାତ୍ରୀ ଭିବା ତୋମାର ।

କୁକୁର ମାନଙ୍କୁ ଦିନକୁ ଦୁଇ ଥର ଖାଦ୍ୟ ଯୋଗାଇବା ସହ ସେମାନଙ୍କ ଚିକିତ୍ସା ମଧ୍ୟ କରୁଥିଲେ ଭିବା । ତେବେ ଦୈନିକ ୫୦ଟି କୁକୁରଙ୍କୁ ଖାଦ୍ୟ ଯୋଗାଇବାଠାରୁ ଆରମ୍ଭ କରି ପରେ ୩୫୦ କୁକୁରଙ୍କୁ ଦୈନିକ ଖାଦ୍ୟ ଯୋଗାଉଥିଲେ ଭିବା । ତେବେ ପ୍ରତିଦିନ ଏହି ଖାଦ୍ୟ ଯୋଗାଇବାକୁ ତାଙ୍କୁ ୩ରୁ ୪ଘଣ୍ଟା ସମୟ ଲାଗୁଥିଲା । ଏହି ଭିଡିଓ ସବୁ ଆଡ଼େ ଭାଇରାଲ ହେବା ପରେ ପ୍ରତିଦିନ ଭିବାଙ୍କୁ କୁକୁର ମାନଙ୍କୁ ସାହାଯ୍ୟ କରିବା ପାଇଁ ଖୁବ୍ ମେସେଜ୍ ମଧ୍ୟ ଆସିଥିଲା । ତେବେ ପରେ ଶୀତ ଋତୁରେ ଭିବା କୁକୁର ମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ଟାୟାରରେ ବେଡ଼ ପ୍ରସ୍ତୁତ କରି ରୋଡ଼ରେ କୁକୁର ମାନଙ୍କ ପାଖରେ ଯୋଗାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ସେହିପରି ପ୍ରତିଦିନ କୁକୁର ମାନେ ବହୁ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା କାରଣରୁ ସେମାନଙ୍କ ବେକରେ ରେଡ଼ିୟମ ବେଲ୍ଟ ଲଗାଇ ବି ଚର୍ଚ୍ଚାରେ ଆସିଥିଲେ ଭିବା । ବୁଲା କୁକୁରଙ୍କ ପ୍ରତି ପ୍ରାୟତଃ ଲୋକ ମାନେ ଏକ ଘଅଣା ଭାବ ରଖିଥାନ୍ତି । ବହୁ ଯାଗାରେ କୁକୁର ମାନଙ୍କ ଉପରେ ଅତ୍ୟାଚାର କରିବାର ଖବର ମଧ୍ୟ ଆସୁଛି । ଏହି ସମୟରେ ଭିବାଙ୍କ ଭଳି ବ୍ୟକ୍ତି ମାନେ କୁକୁରଙ୍କ ପ୍ରତି ଆଗକୁ ଆସି ସମାଜକୁ ଏକ ଉତ୍ତମ ବାର୍ତ୍ତା ଦେଇଛନ୍ତି । ତେବେ ବୁଲା ପଶୁଙ୍କ ପ୍ରତି ଏହି ମାନସିକତା ପ୍ରତ୍ୟେକଙ୍କ ପାଖରେ ରହିବା ନିହାତି ଆବଶ୍ୟକ ।

 

Leave A Reply

Your email address will not be published.