Masthead

ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏନକାଉଣ୍ଟର । ଏନକାଉଣ୍ଟରରେ ଆହତ ହୋଇଛି ଅପରାଧୀ ଜିତୁ ପଲେଇ। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ନଦୀଘାଟ ନିକଟରେ କମିଶନରେଟ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଏହି ଏନକାଉଣ୍ଟର କରିଛି । ଏନକାଉଣ୍ଟରରେ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ବାମ ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି ।

ଜିତେନ୍ଦ୍ର ପଲେଇଙ୍କ ନାଁରେ ପୂର୍ବରୁ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଖାରବେଳନଗର ଥାନାରେ ତାଙ୍କ ନାଁରେ ବୋମିଂ, ହତ୍ୟା ଉଦ୍ୟମ, ଅପହରଣ ଭଳି ଅପରାଧିକ ମାମଲା ରହିଛି । ସୂଚନା ମୁତାବକ ରାତି ପ୍ରାୟ ସାଢେ ଗୋଟେ ସମୟରେ ଭୁବନେଶ୍ୱରରେ ଥିବା ପୁଲିସ ସୂଚନା ପାଇଥିଲା । ଟଙ୍କପାଣି ରୋଡ ନିକଟରେ ଅଭିଯୁକ୍ତ ଜିତେନ୍ଦ୍ର ପଲେଇ ଏକ କାରରେ ଅନ୍ୟ ଅଭିଯୁକ୍ତମାନଙ୍କ ସହ ଭୁବନେଶ୍ୱର ଭିତରକୁ ପଶୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ସେ ପୁଲିସକୁ ଚକମା ଦେଇ ବାଙ୍କୁଆଳ ଆଡକୁ ପଳାଇ ଯିବାକୁ ଚେଷ୍ଟା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର