Masthead

ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ

ଉତ୍ତରାଖଣ୍ଡ(ବଡ଼ ଖବର ବ୍ୟୁରୋ): ବାଦଲଫଟା ବର୍ଷା, ଅଚାନକ ବନ୍ୟା ଓ ଭୂସ୍ଖଳନ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ବଡ଼ଧରଣର ବିପର୍ଯ୍ୟୟ ଆଣିଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ନିଖୋଜ ଅଛନ୍ତି। ବାଦଲଫଟା ବର୍ଷା ଯୋଗୁ ଟୋନ୍ସ ଓ ତମସା ନଦୀ ଫୁଲିବା ଫଳରେ ତପୋବନ‌ରେ ଅନେକ ଘର ବୁଡ଼ି ଯାଇଛି ଏବଂ ବ୍ୟାପକ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଉପୁଜିଛି। ଅନେକ ଘର, ଦୋକାନ ବଜାର ଏବଂ ଗାଡ଼ି ମୋଟର ଭାସିଯାଇଛି। ଏକ ପ୍ରମୁଖ ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଛି। ଟୋନ୍ସ ନଦୀରେ ଅନେକ ଶ୍ରମିକ ଭାସି ଯାଇଥିବା ସୂଚନା ମିଳିଛି।

ସୁ ସୁ ଗର୍ଜନ କରି ପାହାଡରୁ ଖସୁଛି ପଥର କାଦୁଅ ମିଶା ବନ୍ୟାପାଣି । କାଦୁଆ ମିଶା ଗୋଳିଆ ପାଣିରେ ଭାସୁଛି ଘରଦ୍ୱାର । ପ୍ରକୃତିର ଭୟଙ୍କର ରୂପ ପରେ ଘଟଣାସ୍ଥଳରେ ଉଦ୍ଧାରକାମ ଜାରି ରଖିଛି ସେନା ଓ ଏନଡିଆରଏଫ ଟିମ୍‌ । ଲଗାଣବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ଼ବଡ଼ ଗାତ ହେବା ସହ କେଉଁଠି ପଥରଖଣ୍ଡ ପଡ଼ି ରହିଛି । ଯାତାୟାତ ବାଧାପ୍ରାପ୍ତ ହେବା ସହ ଫଶି ରହିଛନ୍ତି ପର୍ଯ୍ୟଟକ ।

ଲଗାଣବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ତେଣୁ ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ଥଇଥାନ କରାଯାଉଛି । କେନ୍ଦ୍ର ସରକାରଙ୍କୁ ସ୍ଥିତି ସମ୍ବନ୍ଧରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଏଥିସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଉତ୍ତରାଖଣ୍ଡ ବନ୍ୟାରେ ୧୦ଜଣକୁ ଅଧିକ ପ୍ରାଣ ହରାଇଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ୫ ବର୍ଷ ଧରି ପୋଖରୀରେ ନାବାଳକ 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ୫ ବର୍ଷ ଧରି ପୋଖରୀରେ ନାବାଳକ 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ