Masthead

‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନ ନିଜ ପାଖରେ କୌଣସି ପରମାଣୁ ଅସ୍ତ୍ର ରଖିପାରିବ ନାହିଁ । ଦୃଢୋକ୍ତିରେ କହିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ବି ଇରାନ ସହ ଆମେରିକା ଶାନ୍ତି ଚୁକ୍ତି କରିବାକୁ ଚାହୁଁଛି । କାରଣ, ଯୁଦ୍ଧ କରି ଆମେ ଲୋକଙ୍କୁ ହତ୍ୟା କରିବାକୁ ଚାହୁଁନାହିଁ । ସବୁଠାରୁ ବଡ଼ ଆକ୍ରମଣ କରିବାକୁ ଆମେ ପ୍ରସ୍ତୁତ ହୋଇ ରହିଥିଲୁ । ହେଲେ ଫୋନ୍ କରି ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଥିଲା ଇରାନ । ପରେ ଯୁଦ୍ଧ ବନ୍ଦ ଚୁକ୍ତି ଆମେ ଚାହୁଁନାହିଁ କହିବା ଠିକ୍‌ ନୁହେଁ । ଇରାନ ସମ୍ମାନ ଦିଏ, ତା’ ପାଖରେ ପରମାଣୁ ଅସ୍ତ୍ର ରଖାଇ ଦେବୁନି ।

ସେପଟେ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ମଧ୍ୟରୁ ଗୋଟିଏ ହର୍ମୁଜ୍‌ ପ୍ରଣାଳୀକୁ ନେଇ ଆରମ୍ଭ ହୋଇଛି ନୂଆ କୂଟନୈତିକ ଚର୍ଚ୍ଚା । ଇରାନ ଏବଂ ଓମାନ ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତିକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଉତ୍ସୁକତା ବଢ଼ିଛି । ଏହି ଡିଲ୍‌ ହେଲେ କେବଳ ମଧ୍ୟପ୍ରାଚ୍ୟ ନୁହେଁ, ସାରା ବିଶ୍ୱର ତୈଳ ବଜାର ଉପରେ ଏହାର ପ୍ରଭାବ ପଡ଼ିପାରେ । ହର୍ମୁଜ୍‌ ପ୍ରଣାଳୀ ହେଉଛି ଏକ ରଣନୀତିକ ସମୁଦ୍ର ମାର୍ଗ, ଯାହା ଦେଇ ପ୍ରତିଦିନ ବିପୁଳ ପରିମାଣର ଅଶୋଧିତ ତେଲ ବିଶ୍ୱ ବଜାରକୁ ପହଞ୍ଚିଥାଏ । ଏହି ଅଞ୍ଚଳରେ କୌଣସି ଅସ୍ଥିରତା ସୃଷ୍ଟି ହେଲେ ତେଲ ଯୋଗାଣ ଓ ଦର ଉପରେ ସିଧାସଳଖ ପ୍ରଭାବ ପଡ଼ିଥାଏ ।

ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ୍‌ ଅଞ୍ଚଳରେ ଜାହାଜ ଚଳାଚଳ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ଚାଲିଛି । ଆମେରିକାର ନୀତି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ କୂଟନୈତିକ ପଦକ୍ଷେପ ମଧ୍ୟ ଏହି ସମୀକରଣରେ ଗୁରୁତ୍ୱ ରଖୁଛି । ଏହି ଚୁକ୍ତି ମାଧ୍ୟମରେ ଯଦି ହର୍ମୁଜ୍‌ ପ୍ରଣାଳୀରେ ସ୍ଥିରତା ଆସେ, ତେବେ ବିଶ୍ୱ ତୈଳ ଯୋଗାଣ ଶୃଙ୍ଖଳାକୁ ଆଶ୍ୱସ୍ତି ମିଳିପାରେ । ଅନ୍ୟପଟେ, ଏହି ଆଲୋଚନା ବିଫଳ ହେଲେ ମଧ୍ୟପ୍ରାଚ୍ୟରେ ତିକ୍ତତା ପୁଣି ବଢ଼ିବାର ଆଶଙ୍କା ରହିଛି । ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଇରାନ-ଓମାନ ଆଲୋଚନାର ଫଳାଫଳ ଉପରେ । ହର୍ମୁଜ୍‌ର ଏହି ନୂଆ ସମୀକରଣ ବିଶ୍ୱ ରାଜନୀତି ଓ ଅର୍ଥନୀତିରେ କେତେ ବଡ଼ ପରିବର୍ତ୍ତନ ଆଣିବ, ତାହା ଉପରେ ରହିଛି ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ । 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ । 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’