Masthead

ଆଜିଠୁ ଟ୍ୱିଟରରେ ଏନକ୍ରିପସନ ମେସେଜିଂ ସୁବିଧା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟ୍ୱିଟରରେ ଖୁବଶୀଘ୍ର ଆସିବ ଭିଡିଓ କଲିଂ ସୁବିଧା । ଟ୍ୱିଟର ଏମିତି ଏକ ପ୍ଲାଟଫର୍ମ ଯେଉଁଠି ହାତ ପାହାନ୍ତାରେ ମିଳେ ସବୁ ଅପଡେଟ । ଟ୍ୱିଟରରେ ନିୟମିତ କିଛି ନା କିଛି ପରିବର୍ତ୍ତନ ହେଉଛି । କିଛି ଦିନ ପୂର୍ବରୁ ଟ୍ୱିଟରରେ ଏଡିଟ ଅପସନ ଆଣିବା ପାଇଁ ମଧ୍ୟ ଦାବି ହୋଇଥିଲା । ସେପଟେ ଆଜିଠୁ ଟ୍ୱିଟରରେ ଏନକ୍ରିପସନ ମେସେଜିଂ ସୁବିଧା ଉପଲବ୍ଧ କରାଯାଇଛି । ଏନକ୍ରିପସନ ମେସେଜିଂ ଅର୍ଥ ହେଉଛି ୨ ଜଣ ଲୋକଙ୍କ ମଧ୍ୟରେ ଯେଉଁ ବାର୍ତ୍ତାଳାପ ହେବ ତୃତୀୟ ଲୋକ କେହି ସେ ବିଷୟରେ ଜାଣିପାରିବେ ନାହିଁ । ଏଲନ ମସ୍କ କହିଛନ୍ତି ମୋ ମୁଣ୍ଡରେ କେହି ବନ୍ଧୁକ ଲଗାଇ ଦେଲେ ବି ମୁଁ ଆପଣ ମାନଙ୍କ ଡିଏମ ଦେଖିପାରିବି ନାହିଁ । ଟ୍ୱିଟର ଆପର ନୂଆ ଭର୍ସନରେ ୟୁଜର୍ସମାନେ ଯେକୌଣସି ପୋଷ୍ଟର ଟ୍ରେଡରୁ ଡାଇରେକ୍ଟ ମେସେଜ ପଠାଇପାରିବେ । ଇମୋଜି ବ୍ୟବହାର କରି ମଧ୍ୟ ପ୍ରତିକ୍ରିୟା ଦେଇପାରିବେ । ମସ୍କ ଟ୍ୱିଟରକୁ କିଣିବା ପରଠାରୁ ନିମୟମି କିଛି ନା କିଛି ଚେଞ୍ଜେସ କରୁଛନ୍ତି । ଲୋକାମାନେ ହ୍ୱାଟ୍ସଆପରେ କଲ କରୁଥିବା ଭଳି ଏବେ ଟ୍ୱିଟରରେ ଭଏସ ଓ ଭିଡିଓ କଲ କରିପାରିବେ । ଏହି ସୁବିଧା ଉପଲବ୍ଧ ହେବା ପରେ ବିଶ୍ୱର ଯେ କୌଣସି ସ୍ଥାନରେ ରହି ୟୁଜର୍ସମାନେ ନିଜ ନମ୍ବର ସେୟାର ନକରି କଥା ହୋଇ ପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ