Masthead

ଦିନେ ଥିଲେ ଇଂରାଜୀ ଶିକ୍ଷକ, ଏବେ ବୁଲି ବୁଲି ଭିକ ମାଗୁଛନ୍ତି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ):ଦିନେ ଥିଲେ ଇଂରାଜୀ ଶିକ୍ଷକ । ଇଂରାଜୀରେ କଥା ହେଉଥିଲେ । ଏବେ ବୁଲି ବୁଲି ଭିକ ମାଗୁଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ହରିପୁର ଗାଁର ରମେଶ ବଳ । ମୁହଁରେ ଲମ୍ୱା ଦାଢ଼ି । ମୁଣ୍ଡରେ ପଗଡ଼ି । ଆଉ ହାତରେ ଗୋଟେ କଲମ ଆଉ କିଛି କାଗଜ । ଯେଉଁଠି ବସିଲେ କିଛି ଲେଖିପକାନ୍ତି । ଦିନେ ସେ ଶିକ୍ଷକତା କରୁଥିଲେ । ଆଉ ପିଲାମାନଙ୍କୁ ଇଂରାଜୀ ପଢ଼ାଉଥିଲେ । ହେଲେ ଏବେ ସେ ଭିକ ମାଗି ଚଳୁଛନ୍ତି । ଆଉ ଇଂରାଜୀ ଛାଡ଼ିପାରି ନାହାନ୍ତି । ଇଂରାଜୀରେ କଥା ହେଉଛନ୍ତି । କେହି କେହି ବୁଝିପାରୁନାହାନ୍ତି । ମାତ୍ର ଶିକ୍ଷିତ ଲୋକ ଭାବି ଭଲ ପାଆନ୍ତି ।

କେହି କେହି କହିଛନ୍ତି ସେ ବେଳେ ବେଳେ ପ୍ରଳାପ କରୁଛନ୍ତି । ଯଦି ପ୍ରଶାସନ କି କେହି ବଦାନ୍ୟ ବ୍ୟକ୍ତି କିମ୍ବା ସ୍ୱେଚ୍ଛାସେବୀ ସଙ୍ଗଠନ ତାଙ୍କୁ ଚିକିତ୍ସା କରାଇପାରନ୍ତେ, ତେବେ ସେ ସୁସ୍ଥ ହେବା ସହିତ ପାଠ ପଢ଼ାଇ ସମାଜରେ ଭଲ ମଣିଷ ହୋଇପାରନ୍ତେ । ରହୁଥିବା ସ୍ଥାନରୁ ଯଶିପୁର ବଜାର ଯାଉଥିବା ବେଳେ ଆମ ପ୍ରତିନିଧି ତାଙ୍କୁ ଭେଟିଥିଲେ । ସେ ଯାହା କୁହନ୍ତି ମୌସୁଦା ପଂଚାୟତ ହାଇସ୍କୁଲରେ ୧୯୯୨ରେ ରମେଶ ଶିକ୍ଷକତା କରୁଥିଲେ । ସ୍କୁଲ ସମ୍ପାଦକ ସହିତ କିଛି ଟଙ୍କାକୁ ନେଇ ତିକ୍ତତା ହୋଇଥିଲା । ପରେ ପରେ ସେ ଶିକ୍ଷକତା ଛାଡ଼ିଦେଇଥିଲେ । ଏମିତି ବୁଲି ଭିକ ମାଗନ୍ତି । ଯିଏ ଯାହା ଦେଲା ସେଥିରେ ଚଳିଯାଉଛନ୍ତି ରମେଶ । ପ୍ରାଞ୍ଜଳ ଭାବରେ ଇଂରାଜୀ କହିପାରୁଥିବା ଅବିବାହିତ ରମେଶଙ୍କ ଉପରେ କେବେ ପଡୁଛି ପ୍ରଶାସନର ନଜର? ଆଉ କେବେ ତାଙ୍କ ଇଛା ପୂରଣ ହେଉଛି ସମସ୍ତଙ୍କର ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା