Masthead

ପଳାଶ ଫୁଲର ପାଟଶାଢ଼ୀ ପିନ୍ଧି ଖିଲି ଖିଲି ହସୁଛି ପ୍ରକୃତିରାଣୀ

ସୋନପୁର (ବଡ଼ ଖବର ବ୍ୟୁରୋ): ଶୋଭାମୟୀ ପ୍ରକୃତି ପ୍ରତିଟି ଋତୁରେ ହୁଏ ବିଭୁସିତ । ସଜେଇ ହୁଏ ନାନା ରୂପରେ । ନାନା ରଙ୍ଗରେ । କେତେବେଳେ କଦମ୍ବ , କାଶତଣ୍ଡି ତ ଆଉ କେତେବେଳେ ବଉଳ ଓ ପଳାଶ ଫୁଲରେ ସାଜିଥାଏ ଆଭିସାରିକା । ବସନ୍ତ ଆଗମନରେ ପଲାସ ଫୁଲର ରଙ୍ଗରେ ରଙ୍ଗେଇ ହୋଇଯାଏ ସାରା ସୋନପୁର ସହର । ଏ ଫୁଲର ମହକ ନାହିଁ । ଅଥଚ ତା’ର ଲୋଭନୀୟ ସୌନ୍ଦର୍ୟ୍ୟ ସମସ୍ତଙ୍କୁ ଆନମନା କରିଦେଉଛି । ଚୈତ୍ରରେ ଏହି ଫୁଲର ଆଦର କାହିଁରେ କେତେ । ଚୈତ୍ର ମଙ୍ଗଳବାରେ ମା ମଙ୍ଗଳାଙ୍କ ପୂଜା ଆରାଧନାରେ ବ୍ୟବହାର ହୁଏ ଏହି ଫୁଲ । ପୁଣି ଦଣ୍ଡଯାତ୍ରାର ପୂଜା ବିଧିରେ ଏହାର ବହୁଳ ବ୍ୟବହାର ହୁଏ । ପଳାଶ ଫୁଲର ଶୋଭା କବି ମନକୁ ବିଭୋର କରିଥାଏ ।

କବି ପ୍ରାଣକୁ ଆନ୍ଦୋଳିତ କରିଥାଏ । ଆମ ସାହିତ୍ୟିକ ପରମ୍ପରାରେ ଏହି ଫୁଲର ବହୁଳ ବର୍ଣ୍ଣନା କରାଯାଇଛି । ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହା ଏକ ଅଭିଯାତ୍ୟ ପୁଷ୍ପର ମାନ୍ୟତା ପାଇଛି ଲେଖକର ଲେଖନୀରେ । ସାହିତ୍ୟରେ କେତେବେଳେ ଏହା ମୁଖ୍ୟ ବିଷୟ ହୋଇ ରୂପ ପାଇଛି ତ କେଉଁଠି ଉପମା , ଚିତ୍ରକଳ୍ପ ଓ ପ୍ରତୀକ ଭାବରେ ବ୍ୟବହାର ହୋଇଛି । ଆମର ପ୍ରାଚୀନ ଲୋକସାହିତ୍ୟରେ ବି ପଳାଶ ଫୁଲକୁ ନେଇ ରହିଛି ଅନେକ ଗୀତ ଓ ଢଗଢମାଳି । ଯାହା ବସନ୍ତରେ ଭାସିଉଠେ ଲୋକମୁଖରେ । ବସନ୍ତର ପତ୍ରଝଡ଼ା ବେଳେ ପ୍ରକୃତି ଖାଁ ଖାଁ ଲାଗୁଥିବା ବେଳେ ପଳାଶ ଫୁଲର ଆଗମନରେ ପ୍ରାଣ ଉଲ୍ଲସିତ ହୋଇଉଠେ । ପଳାଶ ଫୁଲର ପାଟଶାଢୀ ପିନ୍ଧି ଖିଲି ଖିଲି ହସୁଛି ପ୍ରକୃତିରାଣୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ