ନିର୍ବାଚନ ରାଜନୀତି ଆଲୋଚନାରେ ସମୟ ନଷ୍ଟ କରନ୍ତୁ ନାହିଁ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶନିବାର ଏକଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର ନକଲି ସାମ୍ବାଦିକ ତଥା ବଡ ରାଜନେତାଙ୍କୁ କଟାକ୍ଷ କରିଛନ୍ତି। ଅଦରକାରୀ ଆଲୋଚନାରେ ସମୟ ନଷ୍ଟ ନକରିବାକୁ ସେ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଶନିବାର ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ। ବହୁ ସଂଖ୍ୟାରେ ଆସନ ଏହି ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ଜିତିବ ବୋଲି ଆଶା କରାଯାଉଛି।

ଯାହାକୁ ନେଇ ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଥିଲେ, ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ୩୦୩ଟି ଆସନ ଜିତିପାରେ। ୨୦୧୯ ଲୋକ ସଭା ନିର୍ବାଚନରେ ମଧ୍ୟ ଦଳ ସମାନ ସଂଖ୍ୟକ ଆସନ ଜିତିଥିଲା। ଏକଜିଟ ପୋଲ ୨୦୨୪ ଫଳାଫଳ ପ୍ରକାଶ ହେବାର କିଛି ଘଣ୍ଟା ପୂର୍ବରୁ ପ୍ରଶାନ୍ତ କିଶୋର ଦି ପ୍ରିଣ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ଲୋକ ସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ଭଲ ପ୍ରଦର୍ଶନ ଉପରେ ନିଜର ଭବିଷ୍ୟବାଣୀକୁ ଦୋହରାଇଥିଲେ।

ପ୍ରଶାନ୍ତ କିଶୋର କହିଛନ୍ତି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁରେ ନିଜର ଉପସ୍ଥିତି ବୃଦ୍ଧି ପାଇଁ ବିଜେପି ଉଦ୍ୟମ କରିଛି। ଅନେକ ଏକଜିଟ୍ ପୋଲ୍ ଦାବି କରିଛି ତାମିଲନାଡୁ ଏବଂ କେରଳରେ ବିଜେପି ନିଜର ଆକାଉଣ୍ଟ ଖୋଲିବ ଏବଂ କର୍ଣ୍ଣାଟକରେ ଏକପାଖିଆ ବିଜୟ ହାସଲ କରିବ। ପ୍ରଶାତନ୍ତ ଆହୁରି ମଧ୍ୟ କହିଛନ୍ତି ବିହାର, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ହରିୟାଣାରେ ବିଜେପି କିଛି କ୍ଷତି ସହିପାରେ। ତେବେ ଉତ୍ତରପ୍ରଦେଶରେ ବିଜେପିର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆଶା କରାଯାଉନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!