Masthead

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀଙ୍କ ଇପିଏଫ୍ ଲାଗୁ କରାଯାଉ

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀଙ୍କ ଇପିଏଫ୍ ଲାଗୁ କରିବାକୁ ଦାବି ଉଠିଛି । କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ବୈଠକ ଆଜି ବାରକୋଟଠାରେ ଅନୁଷ୍ଠିତ ହୋଇଛି। ସଂଘ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାରକୋଟ ଏବଂ କଣ୍ଢଳ ରେଞ୍ଜର ଶତାଧିକ କର୍ମଚାରୀ ସାମିଲ ହୋଇଥିଲେ। କେନ୍ଦୁପତ୍ର କର୍ମଚାରୀଙ୍କ ଇପିଏଫ୍ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଆଜିପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନାହିଁ। ତୁରନ୍ତ ଇପିଏଫ୍ ଲାଗୁ କରିବା ସହ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରିବାକୁ ବୈଠକରେ ଦାବି କରାଯାଇଥିଲା। ସେହିପରି ନିର୍ଦ୍ଧାରିତ ସମୟ ପୂର୍ବରୁ କର୍ମଚାରୀଙ୍କୁ କାର୍ଯ୍ୟରୁ ନିବୃତ୍ତ କରାଯିବାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। କେନ୍ଦୁପତ୍ର ସଂସ୍ଥାଗୁଡ଼ିକ ଉପରୁ ଜିଏସଟି ଛାଡ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୁରୁଚରଣ ପ୍ରଧାନ, ଗୁରୁଚରଣ ବେହେରା, ବିନୋଦ ପ୍ରଧାନ, ଘାସିରାମ ପ୍ରଧାନ, ମଧୁସୂଦନ ଧଳ, କୁମୁଦ ସାହୁ, ପୂର୍ଣ୍ଣଚନ୍ଦ୍ର ଦେହୁରୀ, ସନ୍ତୋଷ ମହାକୁଡ଼ ପ୍ରମୁଖ ଉଦବୋଧନ ଦେଇ ସଂସ୍ଥାରୁ କର୍ମଚାରୀଙ୍କ ଛଟେଇ କିମ୍ବା ଦରମା ପ୍ରଦାନରେ ବିଳମ୍ବ ହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା