Masthead

ପାଞ୍ଜିରେ ତ୍ରୁଟି ଅଭିଯୋଗ

ପୁରୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୪ ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି। ଏହି ଦିନ ଠାରୁ ନୂତନ ଓଡ଼ିଆ ପାଞ୍ଜି ପ୍ରଚଳିତ ହେବ। କିନ୍ତୁ ପ୍ରତିବର୍ଷ ପରି ଚଳିତ ବର୍ଷ ପାଞ୍ଜି ଗଣନାରେ ତାରତମ୍ୟ ଦେଖାଦେଇଛି। ବିଶେଷ କରି ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ଵୀକୃତି ଦେଇଥିବା କୋହେନୂର ଓ ରାଧାରମଣ ପଞ୍ଜିକାରେ ପଞ୍ଚାଙ୍ଗ ଗଣନା ଠାରୁ ଆରମ୍ଭ କରି ଚନ୍ଦ୍ରଗ୍ରହଣ ଓ ଆସନ୍ତାବର୍ଷ ପଣାସଂକ୍ରାନ୍ତି ଦିନକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ପାଞ୍ଜି ଗଣନା ଠିକ୍ ଭାବେ ହେଉନଥିବା ଅଭିଯୋଗ ଆଣିଛନ୍ତି ପାଞ୍ଜି ସମୀକ୍ଷକ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ।

ବର୍ଷର ୩୬୫ ଦିନ ମଧ୍ୟରୁ ୩୫୨ ଦିନ ଭୁଲ୍ ଗଣନା ରହିଥିବା ପାଞ୍ଜି ସମୀକ୍ଷକ କହିଛନ୍ତି। ବର୍ଷସାରା ୧ ମିନିଟରୁ ଆରମ୍ଭ କରି ୮ ଘଣ୍ଟା ପର୍ଯ୍ୟନ୍ତ ତଫାତ୍ ରହିଛି। ସାଧାରଣତଃ ଯେଉଁ ବର୍ଷ ଫେବୃୟାରୀ ମାସ ୨୯ ଦିନ ହୁଏ ସେହି ବର୍ଷ ପଣାସଂକ୍ରାନ୍ତି ଏପ୍ରିଲ ୧୩ରେ ପଡ଼ିଥାଏ। ସେହି ହିସାବରେ ୨୦୨୪ ମସିହାରେ ପଣାସଂକ୍ରାନ୍ତି ଏପ୍ରିଲ ୧୩ରେ ପଡ଼ିବ । କିନ୍ତୁ ୨୦୨୪ ମସିହାରେ ପଣାସଂକ୍ରାନ୍ତି କୋହେନୂର ଓ ରାଧାରମଣ ପଞ୍ଜିକାରେ ଏପ୍ରିଲ ୧୪ ବୋଲି ଦର୍ଶାଯାଇଛି। ତୁରନ୍ତ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭା ତଥା ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଏହା ଉପରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା