Masthead

ଏମିତି ବି ଗୁରୁ, ଛାତ୍ରୀଙ୍କ ପାଇଁ ମାଗୁଛନ୍ତି ଭିକ୍ଷା

ବସ୍ତା(ବଡ଼ ଖବର ବ୍ୟୁରୋ): କଥାରେ ଅଛି ‘ଗୁରୁଙ୍କୁ ନମଣିବ ନର, ଗୁରୁ ହିଂ ସାକ୍ଷାତ ଈଶ୍ୱର’ । ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ଜଣେ ଶିକ୍ଷକ । ଅସାଧ୍ୟ ରୋଗରେ ପିଡୀତ ଥିବା ଜଣେ ଛାତ୍ରୀଙ୍କୁ ଭଲ କରିବା ପାଇଁ ପବିତ୍ର ଗୁରୁ ଦିବସ ଅବସରରେ ଘର ଘର ବୁଲି ଭିକ୍ଷାବୃତ୍ତି କରୁଛନ୍ତି।  ଯାହା ପାଇଁ ଏବେ ଶିକ୍ଷକ ଜଣକ ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟିଛନ୍ତି ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ଅନ୍ତର୍ଗତ ବଣିଆମାରୀ ଗ୍ରାମର ବାସିନ୍ଦା ହେଉଛନ୍ତି ମନ୍ମଥ ଧଳ। ତାଙ୍କର ଦୁଇ ଜଣ ପିଲା ଭିତରୁ ଝିଅ ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ପୂଅ ପ୍ରଥମ ଶ୍ରେଣୀ ରେ ପାଠ ପଢୁଛି।  ତେବେ ଝିଅ ଗୁଞ୍ଜନ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ ପ୍ରବଳ ଜ୍ୱର ହେବା ସହ ମୁଣ୍ତ ବୁଲାଇବାରୁ ପରିବାର ଲୋକେ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ ମଧ୍ୟ ଜ୍ୱର ଭଲ ହୋଇ ନଥିଲା ।

ଏହାପରେ ପରିବାର ଲୋକେ ଗୁଞ୍ଜନଙ୍କୁ ଭୁବନେଶ୍ୱର ଏମ୍ସକୁ ନେଇ ଦେଖାଇ ଥିଲେ। ମାତ୍ର ସେଠାରେ ଦୁଇ ତିନି ମାସ ଧରି ଚିକିତ୍ସା ହେବା ପରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇ ନଥିଲା । ଦିନକୁ ଦିନ ସ୍ଥିତି ବିଗିଡିବାକୁ ଲାଗିବାରୁ ପରିବାର ଲୋକେ ଧାର କରଜ କରି, ଜମିବାଡି ବିକ୍ରି କରି ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇ ଥିଲେ । ମାତ୍ର ସେଠାରେ ଡାକ୍ତର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ମଧ୍ୟ କୌଣସି ଉନ୍ନତ୍ତି ପରିଲକ୍ଷିତ ହୋଇ ନଥିଲା। ବାଧ୍ୟ ହୋଇ ପରିବାର ଲୋକେ ଗୁଞ୍ଜନଙ୍କୁ ଘରକୁ ଫେରାଇ ଆଣିଛନ୍ତି।

ଚିକିତ୍ସା ଅଭାବରୁ ଏବେ ଗୁଞ୍ଜନର ଅବସ୍ଥା ବିଗିଡିବାକୁ ଲାଗିଛି। ଚଲାବୁଲା ନକରି ପାରିବାରୁ ଗୋଟିଏ ଜାଗାରେ ପଡି ଯନ୍ତ୍ରଣାରେ ଛଟ ପଟ ହେଉଛି। ତେବେ ଗୁଞ୍ଜନଙ୍କ ରୋଗ ବିଷୟରେ ସହପାଠୀଙ୍କ ଠାରୁ ଜାଣିବା ପରେ ତାଙ୍କୁ ଆରୋଗ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ବିଦ୍ୟାଳୟର ଶିକ୍ଷକ ଗଣେଷ ଚନ୍ଦ୍ର ଜେନା । ନିଜେ କିଛି ଆର୍ଥିକ ସାହାଯ୍ୟ କରିବା ସହ ଛାତ୍ରୀ ଜଣକୁ କାନ୍ଧରେ ପକାଇ ଘରକୁ ଘର ବୁଲି ଭିକ୍ଷାବୃତ୍ତି କରୁଛନ୍ତି। ସମସ୍ତଙ୍କୂ ନିବେଦନ କରୁଛନ୍ତି ଟଙ୍କାଏ ଟଙ୍କାଏ ସାହାଯ୍ୟ କରିବା ପାଇଁ ।

ମନ୍ମଥ ଜଣେ ଅତ୍ୟନ୍ତ ଗରୀବ ପରିବାରର ହୋଇଥିବା ବେଳେ ଯାହା କିଛି ଜମିବାଡି ଥିଲା ଝିଅର ଚିକିତ୍ସା ପାଂଇ ସବୁ ବିକ୍ରି କରି ଦେଇଛନ୍ତି। ଭଙ୍ଗା ଘର ଖଣ୍ତିଏ ଛାଡି ଦେଲେ ତାଙ୍କ ପାଖରେ ଆଉ ସମ୍ବଳ ବୋଲି କିଛି ନାହିଁ । ଓଳିଏ ଖାଇଲେ ଆର ଓଳିକୁ ଉପାସ ରହିବାକୁ ପଡୁଛି। ଯେଉଂଠି ପେଟକୁ ମୁଠାଏ ଦାନା ଯୋଗାଡ କରିବା ପାଇଁ ଏମାନଙ୍କୁ ସଘଂର୍ଷ କରିବାକୁ ପଡୁଛି, ସେଠି ଚିକିତ୍ସା କଥା ପଚାରେ କିଏ। ଡାକ୍ତର କହୁଛନ୍ତି ଓଡିଶାରେ ଚିକିତ୍ସା ସମ୍ଭବ ନୁହେଁ । ତେଣୁ ଝିଅର ଚିକିତ୍ସା ପାଇଁ ବାହାର ରାଜ୍ୟର ବଡ ହସପିଟାଲକୁ ନେବାକୁ ପଡିବ, ଡାକ୍ତରଙ୍କ କଥା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଛି। ଝିଅର ଜୀବନ ବଞ୍ଚାଇବା ପାଂଇ ପରିବାର ଲୋକେ କାନ୍ଦି କାନ୍ଦି ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି, ପରିବାର ର ଏଭଳି ଦୁର୍ଦ୍ଦିନରେ ତାଙ୍କୁ ଆଶାର ଆଲୋକ ଦେଖାଇଛନ୍ତି ଗଣେଷ ସାର। ପବିତ୍ର ଗୁରୁ ଦିବସ ଅବସରରେ ଝିଅ ଗୁଞ୍ଜନକୁ ଭଲ କରିବା ପାଇଁ ଘର ଘର ବୁଲି ଭିକ୍ଷାବୃତ୍ତି କରୁଛନ୍ତି ।

ଆଜିର ସମାଜରେ ଗୁରୁ ଶିଷ୍ୟ ପରମ୍ପରାର ଚିହ୍ନବର୍ଣ୍ନ ହଜି ଯିବାକୁ ବସିଥିବା ବେଳେ ଗଣେଷ ସାର ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ଗୁରୁ ଦିବସ ଭଳି ପବିତ୍ର ଦିନରେ ଛାତ୍ରୀ ଙ୍କ ପ୍ରତି କରିଥିବା କର୍ତ୍ତବ୍ୟ ଆଜି ତାଙ୍କୁ ମହାନ କରି ଦେଇଛି। ଗୁଞ୍ଜନଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଯଦି ସରକାରୀ ସ୍ତରରେ କିଛି ଆର୍ଥିକ ସହାୟତା ମିଳି ପାରନ୍ତା ତାହାଲେ ତାଙ୍କର ଜୀବନ ବଞ୍ଚି ଯାଇ ପାରନ୍ତା । ଯଦି କେହି ସହୃଦୟ ବଦାନ୍ୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତାହାଲେ ତାଙ୍କ ବାପା ମନ୍ମଥ ଧଳଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇ ପାରିବେ ।

NAME – MANMATHA DHALA

BANK – BANK OF INDIA , TAMBAKHORI BRANCH

A/C – 548210110010336

IFSC – BKID0005482

PHONE – 6370934315

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!