Masthead

‘ମନ୍ତ୍ରୀଙ୍କୁ କଦର୍ଯ୍ୟ ଡାକୁଥିଲେ…ନିଷ୍ପତ୍ତି ନେବାରେ ଅକ୍ଷମ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ‘ଭଲ ମୌସୁମୀ ବର୍ଷା ହୋଇଛି’ର ଅର୍ଥ ଜଣାନାହିଁ । ‘ନିଷ୍ପତ୍ତି ନେବାରେ ନିଜେ ଥିଲେ ଅକ୍ଷମ’ । ‘କୌଣସି ବିଷୟକୁ ବୁଝିପାରୁନଥିଲେ’ । ନିଜ ନିର୍ବାଚନ ମଣ୍ଡଳକୁ ଯାଇ ‘ବିଧାୟକଙ୍କୁ ଡାକ’ ବୋଲି କହିଥିଲେ । ନିଜ ‘ସମର୍ଥକଙ୍କ ସହ ହାତ ମିଳାଇବାକୁ ଘୃଣା କରୁଥିଲେ’ । ‘ମନ୍ତ୍ରୀଙ୍କୁ ଚିଡ଼େଇବା ଭଳି କଦର୍ଯ୍ୟ ଡାକନାମ ଦେଇଥିଲେ’ । ‘ନକ୍ସଲ ବୈଠକରେ ଭେକଟି ମାଛ ଓ ଖଣ୍ଡ ଖଣ୍ଡ ମାଂସର ଆଇଟମ ଖାଇବା ଚର୍ଚ୍ଚା କରୁଥିଲେ’ । ନକ୍ସଲ ଆଲୋଚନା ବ୍ୟର୍ଥ ବୋଲି ଅନୁଭବ କରୁଥିଲେ । ଏକ ବୈଠକରେ ଚିପସ୍ ଆସିବା ପରେ ଗୋଲାପୀ ନାପକିନକୁ ତନ୍ନ ତନ୍ନ ଦେଖୁଥିଲେ । ନାପକିନରେ ହାର୍ଟ ଚିତ୍ର ଥିବାରୁ ବିରକ୍ତ ପ୍ରକାଶ କରିଥିଲେ । ବିରକ୍ତ ହୋଇ କହିଥିଲେ ଏବେ କ’ଣ ଭାଲେଣ୍ଟାଇନ ଡେ’ ।

ଆପଣ ଯାହା ଶୁଣିଲେ ତାହା ଗୋଟିଏ ପୁସ୍ତକରେ ଲେଖାହୋଇଛି । ଆଉ ଏହି ପୁସ୍ତକକୁ ଲେଖିଛନ୍ତି ପୂର୍ବତନ ଡିଜି ବରିଷ୍ଠ ପୋଲିସ ଅଫିସର ପ୍ରକାଶ ମିଶ୍ର । ତାଙ୍କର ‘କମେଡ଼ି ଇନ୍ ଖାକି’ ପୁସ୍ତକକୁ ନେଇ ଏବେ ସବୁଠି ଚର୍ଚ୍ଚା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ନାହାନ୍ତି ଅଥଚ ତାଙ୍କୁ ଲକ୍ଷ୍ୟ କରି ନବୀନଙ୍କ ଅକୁହା କାହାଣୀ କମେଡି ଇନ୍ ଖାକି ପୁସ୍ତକରେ ଲେଖିଛନ୍ତି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ଦୁଇ ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ସେ ‘ନିଗର’ ଡାକୁଥିଲେ । ସାଧାରଣତଃ କୃଷ୍ଣକାୟ ଲୋକଙ୍କୁ ଚିଡାଇବା ପାଇଁ ଏଭଳି ଶଦ୍ଦ ବ୍ୟବହାର କରାଯାଏ । ଖାଲି ଯେ ନେତା ମନ୍ତ୍ରୀ ନୁହେଁ ଅନେକ ଲୋକଙ୍କୁ ଭିନ୍ନ ଭିନ୍ନ ନାମରେ ଡାକୁଥିଲେ ବୋଲି ପୁସ୍ତକରେ ଉଲ୍ଲେଖ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି