Masthead

ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ସମ୍ପୃକ୍ତି: ଲୋପାମୁଦ୍ରାଙ୍କ ଭାଇ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେଞ୍ଜରୋଭର କାହାର? ଦାମୀ ଗାଡ଼ିରେ ଥିବା ଦ୍ୱିତୀୟ ବ୍ୟକ୍ତି କିଏ? ଗାଡ଼ି କେଉଁ ପ୍ରଭାବଶାଳୀ ନେତାଙ୍କର କି? ପୋଲିସ କାହିଁକି କରୁନି ତଦନ୍ତ? ଗାଡ଼ି ଏକ କମ୍ପାନୀ ନାଁରେ ରହିଛି, ଯାହାର ନିର୍ଦ୍ଦେଶକ ରହିଛନ୍ତି ବିଶାଲ ଦାସ । କିଏ ଏହି ବିଶାଲ ଦାସ? କୌଣସି ପ୍ରଭାବଶାଳୀ ଲୋକ କି? ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱର ପାୱାରହାଉସ ଛକରେ ଦୁର୍ଘଟଣା ହୋଇଥିଲା । ୨ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ରେଞ୍ଜରୋଭର । ଦୁର୍ଘଟଣାରେ ଆହତ ହୋଇଥିବା ଯବାନ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ।

ଏବଂ ଗୁରୁତର ହୋଇଥିବା ଯୁବତୀ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ଲୋପାମୁଦ୍ରାଙ୍କର ମୃତ୍ୟୁ ହୋଇଛି । ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଯୁବତୀଙ୍କ ଭାଇ । ସେ କହିଛନ୍ତି ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କ ସମ୍ପୃକ୍ତି ଥିବାରୁ ପୋଲିସ କିଛି କରୁନି । ପୋଲିସ ଲୁଚାଇବାକୁ ଚେଷ୍ଟା କରୁଛି । ପ୍ରଥମେ ଗୋଟିଏ ଗାଡ଼ି ନମ୍ବର କହିଲେ ପରେ ଆଉ ଗୋଟିଏ ନମ୍ବର କହିଲେ । ଗାଡ଼ି ମାଲିକ ପ୍ରଭାବଶାଳୀ ବୋଲି ପୋଲିସ ଚୁପ ଥିବା ଅଭିଯୋଗ କରିଛନ୍ତି ଗୁରୁତର ଯବାନ କାହ୍ନୁଚରଣଙ୍କ ଭାଇ । ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଂଚାଇବା ପାଇଁ ପୋଲିସ କିଛି ଉଦ୍ୟମ କରୁନି ତ? ଏହି ରେଞ୍ଜରୋଭର ଗାଡ଼ି ଏବଂ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା