Before Header

ଲାଇନଲେନ୍ଥ, ୱିକେଟ ଟେକର ଫାଷ୍ଟ ବୋଲର, ଅଗ୍ନିବର୍ଷୀ ବୋଲିଂ ଆଗରେ ବ୍ୟାଟର ଏବେ ଚିତପଟାଙ୍ଗ

0 60

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜୟ, ବିଜୟ ଆଉ ବିଜୟ । ୱିନ୍, ୱିନ ଆଣ୍ଡ ୱିନ । ଚଳିତ ଆଇସିସି ଦିନିକିଆ ବିଶ୍ୱକପରେ ଜାରି ରହିଛି ଭାରତର ଜବରଦସ୍ତ ପ୍ରଦର୍ଶନ । କ୍ରିକେଟ ଭାଷାରେ କୁହାଯାଇପାରେ ସାନଦାର, ଜବରଦସ୍ତ, ଜିନ୍ଦାବାଦ । ଆଉ ସମସ୍ତ ଶ୍ରେୟ ଯାଏ ଟିମ୍ ଇଣ୍ଡିଆର ଟପ୍ ଇଲେଭେନକୁ । କୁହାଯାଏ ବଡ଼ ଇଭେଣ୍ଡରେ ଯେକୌଣସି କ୍ରିକେଟ ଦଳର ବୋଲିଂ ବିଭାଗ ଯଦି ଷ୍ଟ୍ରଙ୍ଗ ଅଛି ତାହେଲେ ଭାବିନିଅନ୍ତୁ ଯେ, ଆପଣଙ୍କ ହାତରେ ବିଜୟର ସ୍ୱାଦ । ବର୍ତ୍ତମାନ ସମୟରେ ଚାଲିଥିବା ଚଳିତ ଆଇସିସି ଦିନିକିଆ ବିଶ୍ୱକପର ଦମଦାର ଟିମ୍ ହେଉଛି ଭାରତ । ଦଳର ଯେକୌଣସି ପ୍ଲେୟାରଙ୍କୁ ଉଠାଇବେ ମ୍ୟାଚ ଜିତାଇବାର ଦକ୍ଷତା ତାଙ୍କ ପାଖରେ ରହିଛି । ଏମାନଙ୍କ ଭିତରୁ ଜଣେ ହେଉଛନ୍ତି ମହମ୍ମଦ ସାମି । ଲାଇନ, ଲେନ୍ଥ, ୱିକେଟ ଟେକର ଫାଷ୍ଟ ବୋଲର । ତାଙ୍କର ଅଗ୍ନିବର୍ଷୀ ବୋଲିଂ ଆଗରେ ବ୍ୟାଟର ଏବେ ଚିତପଟାଙ୍ଗ ।

ସାମି ଖେଳିଛନ୍ତି ମାତ୍ର ତିନୋଟି ମ୍ୟାଚ । ହେଲେ ନେଇସାରିଲେଣି ୧୪ ୱିକେଟ । ନୁ୍ୟଜିଲାଣ୍ଡ ବିପକ୍ଷରେ ୫ୱିକେଟ, ଇଂଲଣ୍ଡ ବିପକ୍ଷରେ ୪ ଓ ଶ୍ରୀଲଙ୍କା ବିପକ୍ଷରେ ୫ ୱିକେଟ ନେଇ ଏବେ ସାରା ଦେଶରେ ଚର୍ଚ୍ଚିତ ଫାଷ୍ଟ ବୋଲର । ଇଏ ହେଉଛନ୍ତି ସେହି ସାମି ଯାହାଙ୍କୁ ପ୍ରଥମ ଚାରୋଟି ମ୍ୟାଚରେ ସ୍ଥାନ ମିଳିନଥିଲା । ଏପରିକି ସମୟ ଥିଲା ଯେ ଚଳିତ ବିଶ୍ୱକପର ଟପ୍ ଇଲେଭେନର ସ୍ଥାନ ପାଇବାକୁ ସେ ସଂଘର୍ଷ କରୁଥିଲେ । ଯେ ପ୍ରଥମ ଚାରୋଟି ମ୍ୟାଚରେ ତାଙ୍କୁ ସୁଯୋଗ ପାଇପାରିନଥିଲେ । କେଉଁ ସ୍ଥାନରେ ପ୍ଲେସମେଂଟ ହେବେ ଅଧିନାୟକ ଦ୍ୱନ୍ଦ୍ୱରେ ଥିଲେ । ହେଲେ ଯେତେବେଳେ ସାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ନୁ୍ୟଜଲାଣ୍ଡ ବିପକ୍ଷରେ ଖେଳିଲେ, କେହି ବିଶ୍ୱାସ କରିପାରିନଥିଲେ ଯେ ସାମି ଏଭଳି ବୋଲିଂ କରିବେ । ନୁ୍ୟଜଲାଣ୍ଡର ଦଳର ମେରୁଦଣ୍ଡ ଭାଙ୍ଗିଦେଇ ନେଇଥିଲେ ୫ ୱିକେଟ । ତାଙ୍କର ସୁଇଂ, ଲାଇନଲେନ୍ଥ ଆଗରେ ବିରୋଧୀ ବ୍ୟାଟରଙ୍କ ବ୍ୟାଟ୍ ଚାଲିପାରିନଥିଲା । ସଟ୍ ମାରିବା ପୂର୍ବରୁ କିଏ କ୍ଲିନ ବୋଲ୍ଡ ତ ଆଉ କିଏ ଫିଲଡରଙ୍କ ହାତରେ କ୍ୟାଚ ଦେଇ ପ୍ୟାଭିଲିୟନ ଯାଉଥିଲା । ଏବେ ଏମିତି ସମୟ ଆସିଛି ଯେ ଟିମ୍ ଏକାଦଶରୁ ସାମିଙ୍କ ନା କାଟିବ ମୁସ୍କିଲ ହୋଇପଡିଛି ।

ମହମ୍ମଦ ସାମି । ଚର୍ଚ୍ଚିତ ଭାରତୀୟ ବୋଲର । ପୂର୍ବରୁ ଯାହା ସେ କ୍ରିକେଟ ଖେଳିଛନ୍ତି ଯେତେ ମାଇଲେଜ ଦେଇନାହିଁ, ଏବେ ତିନୋଟି ମ୍ୟାଚ ତାଙ୍କୁ ହିରୋ କରିଦେଇଛି । ଏପରିକି ଦିନିକିଆ ବିଶ୍ୱକପରେ ସର୍ବାଧିକ ୱିକେଟ ଟେକର ବୋଲର ଜାହିର ଖାନଙ୍କ ୪୪ ୱିକେଟ ରେକର୍ଡଙ୍କୁ ଭାଙ୍ଗି ଦେଇଛନ୍ତି ସାମି । ମାତ୍ର ୧୪ଟି ମ୍ୟାଚ ଖେଳି ସେ ଏହି ସଫଳତା ପାଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ଏହା ଯେ ସାମି ନେଇଥିବା ୪୫ ୱିକେଟ ମଧ୍ୟରେ ଗୋଟିଏ ବି ଏଲବିଡବ୍ଲୁ ନାହିଁ । ଅର୍ଥାତ ସବୁ କ୍ଲିନ ବୋଲ୍ଡ ଆଉ କ୍ୟାଚ । ଦିନିକିଆ କ୍ରିକେଟରେ ସାମି ସର୍ବାଧିକ ୪ ଥର ୫ୱିକେଟ ସଫଳତା ଅର୍ଜନ କରିସାରିଛନ୍ତି । ପୂର୍ବରୁ ଏହି ରେକର୍ଡ ହରଭଜନ ସିଂହ ଓ ଜଭଗଲ ଶ୍ରୀନାଥଙ୍କ ନାମରେ ଥିଲା ।

ମହମ୍ମଦ ସାମି କ୍ରିକେଟ ପାଇଁ ଯେତିକି ପରିଚିତ ତାଙ୍କ ପତ୍ନୀଙ୍କୁ ନେଇ ମଧ୍ୟ ସେତିକି ବିବାଦୀୟ । ଗୋଟିଏ ସମୟ ଥିଲା ଯେ ସାମି ନିଜ ପତ୍ନୀଙ୍କ ପାଇଁ ମାନସିକ ଚାପରେ ଦୀର୍ଘ ସମୟ ଧରି ଥିଲେ । ଏବେ ବି ସେହି ବାବଦର ସମାଧାନ ହୋଇନାହିଁ କହିଲେ ହୁଲତ ଭୁଲ ହେବନାହିଁ । ଏପରିକି ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଗଲା । ମାନସିକ ଚାପରୁ ମୁକୁଳିବା ଏତେ ସହଜ ନଥିଲା ମହମ୍ମଦ ସାମିଙ୍କ ପାଇଁ । ଏପରିକି ସେହି ସମୟରେ ଏହା ବି ଚର୍ଚ୍ଚା ହେଲା ଯେ ସାମିଙ୍କ କ୍ରିକେଟ କ୍ୟାରିୟର ଖତମ ହୋଇଯିବ । ସୋମିଆଲ ମିଡିଆରେ ତାଙ୍କ ବିରୋଧରେ ପୁଳା ପୁଳା ଲେଖା ତାଙ୍କର ମାନସିକ ଚିନ୍ତାକୁ ଦ୍ୱିଗଣିତ କରୁଥିଲା । ହେଲେ ଏହାକୁ କେବେ ଭୃକ୍ଷେପ କରିନଥିଲେ ମହମ୍ମଦ ସାମି । ଦଳକୁ ଫେରିଲେ । ପ୍ରକ୍ଟିସ କଲେ । ବିଶ୍ୱକପରେ ସ୍ଥାନ ପାଇଲେ । ଟିମ ଇଲେଭେନରେ ଜାଗା ନେଇ ୱିକେଟ ପରେ ୱିକେଟ ନେଲେ । ତାଙ୍କର ଜୀବନ ଏତେ ସହଜ ନଥିଲା । କୁହାଯାଏ ଆପଣଙ୍କ ନିଷ୍ଠା, କର୍ତ୍ତବ୍ୟ ଓ ପରିଶ୍ରମ କେବେ ବୃଥା ଯିବ ନାହିଁ । ଯଦି ଆପଣ ସତ୍ ମାର୍ଗରେ କାର୍ଯ୍ୟ କରୁଛନ୍ତି । ଯାହା କ୍ରିକେଟର ମହମ୍ମଦ ସାମିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଆଶା କରୁଛି ଏହି ସଫଳତାର ଧାରା ଜାରି ରହୁ ।

Leave A Reply

Your email address will not be published.