Masthead

ପାକିସ୍ତାନରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ମହଙ୍ଗା ମାଡ଼ । ଏବେ ଲୋକଙ୍କ ବଞ୍ଚିବା ହେଲାଣି ମୁସ୍କିଲ । ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଲାଣି । ଫଳରେ ଲୋକେ ଦେଶ ଛାଡ଼ିବା ଆରମ୍ଭ କଲେଣି । ଯୋଗାଣ ଶୃଙ୍ଖଳାରେ ସମସ୍ୟା ହେତୁ ଅନେକ ବଡ଼ ବଡ଼ କମ୍ପାନି ସେମାନଙ୍କ ଅଫିସରେ ତାଲା ଝୁଲାଇଥିବା ବେଳେ ମହଙ୍ଗା ମାଡ଼ରେ ଧନୀ ବ୍ୟକ୍ତିଗଣ ବି ଦେଶ ଛାଡ଼ି ପଳାଉଛନ୍ତି। ପାକିସ୍ତାନରେ ଦୁଗ୍ଧ ଲିଟର୍‌ ପିଛା ୧୫୦ ଟଙ୍କା ହୋଇଥିବା ବେଳେ ଚାଉଳ କିଲୋ ରହିଛି ୨୧୩ ଟଙ୍କା। ସେହିପରି ଅଣ୍ଡା‌ ଗୋଟାକ ୨୧ ଟଙ୍କା ହୋଇଥିବା ବେଳେ ଚିକେନ୍‌ କିଲୋ ୫୫୦ ଟଙ୍କା, କମଳା କିଲୋ ୧୬୯ ଟଙ୍କା, ଆଳୁ କିଲୋ ୬୬ ଟଙ୍କା ଓ ଟମାଟର୍‌ କିଲୋ ୧୨୬ ଟଙ୍କା ରହିଛି।

ସେପଟେ ଚୀନକୁ ପାକିସ୍ତାନ ୩୦ ବିଲିୟନ୍‌ ଋଣ ଫେରସ୍ତ କରିବ। ୨୦୨୨ ମସିହା ଫେବ୍ରୁଆରି ମାସରେ ଏହି ଋଣର ପରିମାଣ ୨୫.୧ ବିଲିୟନ୍‌ ଡଲାର ଥିଲା। ପାକିସ୍ତାନକୁ ଚୀନ ଯୋଗାଇଥିବା ସହାୟତା ଆଇଏମ୍‌ଏଫ୍‌ ଋଣଠାରୁ ୩ ଗୁଣ ଅଧିକ। ଏପଟେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ବି ହ୍ରାସ ପାଇଛି। ଏବେ ଗୋଟାଏ ଡଲାର ମୂଲ୍ୟ ପାକିସ୍ତାନୀ ଟଙ୍କା ୨୭୭.୭୧ ସହ ସମାନ ହେବ। ତେବେ ଯେଉଁଭଳି ଭାବେ ପାକିସ୍ତାନ କରଜରେ ବୁଡ଼ିବାରେ ଲାଗିଛି ନିଜକୁ ନିଜେ ଦେବାଳିଆ ଘୋଷଣା କରିବା ପାକିସ୍ତାନ ପାଇଁ ଆଉ ବେଶୀ ‌ଦିନ ନୁହେଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି