Masthead

ବାପରେ! ମଦ ଦୋକାନ ପାଇଁ ଏତେ ବୋଲି

ରାଜସ୍ଥାନ (ବଡ଼ ଖବର): ବୋଲିରେ ଲାଗିଛି ୫୧୦ କୋଟି । ଏ ଅନ୍ୟ କୌଣସ କାର୍ଯ୍ୟ ପାଇଁ ନୁହେଁ ,ମଦ ଦୋକାନ ଲାଇସେନ୍ସ ପାଇଁ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ହନୁମାନଗଡ ଜିଲ୍ଲାର ଏକ ଗାଁର ମଦ ଦୋକାନରେ । ଲାଇସେନ୍ସ ନେବାକୁ ୫୧୦ କୋଟିର ବୋଲି ଲାଗିଛି। ମଦ ଦୋକାନ ଲାଇସେନ୍ସ ପାଇଁ ରାଜ୍ୟରେ ଏହା ସବୁଠାରୁ ମହଙ୍ଗା ବୋଲି ଜଣାପଡ଼ିଛି । ରାଜ୍ୟରେ ମଦ ଦୋକାନ ଲାଇସେନ୍ସ ପାଇଁ ଅନଲାଇନ ନିଲାମୀ ପ୍ରକ୍ରିୟା ବେଳେ ହନୁମାନଗଡ ଜିଲ୍ଲା ନୋହର ତହସିଲ ଖୁଇୟାଂ ଗାଁରେ ଏକ ମଦ ଦୋକାନ ଲାଇସେନ୍ସ ପାଇଁ ୫୧୦ କୋଟି ୧୦ ଲକ୍ଷ ୧୫ ହଜାର ୪୦୦ ଟଙ୍କା ଲାଗିଛି।

ଅବକାରୀ ବିଭାଗ ଏହି ଦୋକାନର ରିଜର୍ଭ ପ୍ରାଇଜ ୭୨ ଲକ୍ଷ ଟଙ୍କା ରଖିଥିଲେ। ଗତ ବର୍ଷ ଏହି ଦୋକାନ ଲାଇସେନ୍ସ ୬୫ ଲକ୍ଷ ଟଙ୍କା ହୋଇଥିବାବେଳେ , ଏଥର ୫୧୦ କୋଟି ଲାଗିଥିବା ଜଣାପଡ଼ିଛି । ଯହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । ମଦ ଦୋକାନ ଲାଇସେନ୍ସ ପାଇଁ ଏହା ରାଜ୍ୟର ସବୁଠାରୁ ମାହାଙ୍ଗା ବୋଲି,ଅବକାରୀ ଅଧିକାରୀ ଚି଼ମନଲାଲ ମିଣା କହିଛନ୍ତି । କିରଣ କିମ୍ବରଙ୍କୁ ଡିମାଣ୍ଡ ନୋଟିସ ପଠାଇ ଦିଆଯାଇଛି। ତାଙ୍କୁ ୩ ଦିନ ଭିତରେ ଟଙ୍କା ଜମା କରିବାକୁ ପଡିବ।

ସୂଚନା ଅନୁସାରେ,ଲାଇସେନ୍ସ ପାଇଁ ଦୁଇ ପରିବାର ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ଲାଇସେନ୍ସ ଯେମିତି କାହାକୁ ନ ମିଳୁ ସେଥିପାଇଁ ଏତେ ଟଙ୍କା ନିଲାମୀ ଡକାଯାଇଥିଲା । ଅବକାରୀ ଅଧିକାରୀଙ୍କ କହିବାନୁସାରେ, ପ୍ରିୟଙ୍କା କମ୍ବର ମଧ୍ୟ ବୋଲି ଲଗାଇଥିଲେ। ସେ ଦ୍ୱିତୀୟ ସ୍ଥାନରେ ଥିଲେ। ବର୍ତ୍ତମାନ ଠିକାଦାର ଯଦି ଏତେ ବଡ ରାଶି ଜମା କରନ୍ତି ତାହେଲେ ଏହା ରାଜ୍ୟର ସବୁଠାରୁ ମାହାଙ୍ଗା ମଦ ଦୋକାନ ହୋଇଯିବ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ