Masthead

ବାପରେ! ମଦ ଦୋକାନ ପାଇଁ ଏତେ ବୋଲି

ରାଜସ୍ଥାନ (ବଡ଼ ଖବର): ବୋଲିରେ ଲାଗିଛି ୫୧୦ କୋଟି । ଏ ଅନ୍ୟ କୌଣସ କାର୍ଯ୍ୟ ପାଇଁ ନୁହେଁ ,ମଦ ଦୋକାନ ଲାଇସେନ୍ସ ପାଇଁ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ହନୁମାନଗଡ ଜିଲ୍ଲାର ଏକ ଗାଁର ମଦ ଦୋକାନରେ । ଲାଇସେନ୍ସ ନେବାକୁ ୫୧୦ କୋଟିର ବୋଲି ଲାଗିଛି। ମଦ ଦୋକାନ ଲାଇସେନ୍ସ ପାଇଁ ରାଜ୍ୟରେ ଏହା ସବୁଠାରୁ ମହଙ୍ଗା ବୋଲି ଜଣାପଡ଼ିଛି । ରାଜ୍ୟରେ ମଦ ଦୋକାନ ଲାଇସେନ୍ସ ପାଇଁ ଅନଲାଇନ ନିଲାମୀ ପ୍ରକ୍ରିୟା ବେଳେ ହନୁମାନଗଡ ଜିଲ୍ଲା ନୋହର ତହସିଲ ଖୁଇୟାଂ ଗାଁରେ ଏକ ମଦ ଦୋକାନ ଲାଇସେନ୍ସ ପାଇଁ ୫୧୦ କୋଟି ୧୦ ଲକ୍ଷ ୧୫ ହଜାର ୪୦୦ ଟଙ୍କା ଲାଗିଛି।

ଅବକାରୀ ବିଭାଗ ଏହି ଦୋକାନର ରିଜର୍ଭ ପ୍ରାଇଜ ୭୨ ଲକ୍ଷ ଟଙ୍କା ରଖିଥିଲେ। ଗତ ବର୍ଷ ଏହି ଦୋକାନ ଲାଇସେନ୍ସ ୬୫ ଲକ୍ଷ ଟଙ୍କା ହୋଇଥିବାବେଳେ , ଏଥର ୫୧୦ କୋଟି ଲାଗିଥିବା ଜଣାପଡ଼ିଛି । ଯହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । ମଦ ଦୋକାନ ଲାଇସେନ୍ସ ପାଇଁ ଏହା ରାଜ୍ୟର ସବୁଠାରୁ ମାହାଙ୍ଗା ବୋଲି,ଅବକାରୀ ଅଧିକାରୀ ଚି଼ମନଲାଲ ମିଣା କହିଛନ୍ତି । କିରଣ କିମ୍ବରଙ୍କୁ ଡିମାଣ୍ଡ ନୋଟିସ ପଠାଇ ଦିଆଯାଇଛି। ତାଙ୍କୁ ୩ ଦିନ ଭିତରେ ଟଙ୍କା ଜମା କରିବାକୁ ପଡିବ।

ସୂଚନା ଅନୁସାରେ,ଲାଇସେନ୍ସ ପାଇଁ ଦୁଇ ପରିବାର ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ଲାଇସେନ୍ସ ଯେମିତି କାହାକୁ ନ ମିଳୁ ସେଥିପାଇଁ ଏତେ ଟଙ୍କା ନିଲାମୀ ଡକାଯାଇଥିଲା । ଅବକାରୀ ଅଧିକାରୀଙ୍କ କହିବାନୁସାରେ, ପ୍ରିୟଙ୍କା କମ୍ବର ମଧ୍ୟ ବୋଲି ଲଗାଇଥିଲେ। ସେ ଦ୍ୱିତୀୟ ସ୍ଥାନରେ ଥିଲେ। ବର୍ତ୍ତମାନ ଠିକାଦାର ଯଦି ଏତେ ବଡ ରାଶି ଜମା କରନ୍ତି ତାହେଲେ ଏହା ରାଜ୍ୟର ସବୁଠାରୁ ମାହାଙ୍ଗା ମଦ ଦୋକାନ ହୋଇଯିବ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା