Masthead

ପ୍ରଭୁ ଶ୍ରୀରାମଙ୍କ କୁଳଦେବତା କିଏ ଜାଣନ୍ତି ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୂର୍ଯ୍ୟବଂଶର ରାଜାମାନେ ବହୁ ପରାକ୍ରମୀ । ପ୍ରଜାବତ୍ସଳ ମଧ୍ୟ । ଏହି ରାଜାମାନେ ଦାନ, ଧର୍ମ ପାଇଁ କେବେ ହେଲେ କୁଣ୍ଠାବୋଧ କରୁନଥିଲେ । ଆତିଥ୍ୟସତ୍କାର ସୂର୍ଯ୍ୟବଂଶର ଆଉ ଏକ ଭୂଷଣ । ଗୁରୁ, ବ୍ରାହ୍ମଣଙ୍କ ସେବାକୁ ଜୀବନର ବ୍ରତ ଭାବେ ସୂର୍ଯ୍ୟବଂଶର ରାଜାମାନେ ଗ୍ରହଣ କରିନେଇଥିଲେ । ଏହି ବଂଶର ଶ୍ରେଷ୍ଠ ନରପତିମାନଙ୍କ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ସ୍ଥାନ ସବୁଠୁ ଉଚ୍ଚରେ ।

ମହାପ୍ରତାପି ରାବଣର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବତାମାନେ ବିଷ୍ଣୁଙ୍କ ଶରଣାପର୍ଣ୍ଣ ହୋଇଥିଲେ । ଭଗବାନ ବିଷ୍ଣୁ ଗ୍ରହଣ କରିଥିଲେ ଆଉ ଏକ ଅବତାର । ଶ୍ରୀରାମ ଅବତାର । ପ୍ରଭୁ ଶ୍ରୀରାମ ସୂର୍ଯ୍ୟବଂଶରେ ଜନ୍ମଗ୍ରହଣ କରିଥିଲୋ ସେ ଥିଲେ ସତ୍ୟ ସନ୍ଧ । ପିତୃସତ୍ୟ ପାଳନ ପାଇଁ ଭାଇ ଲକ୍ଷ୍ମଣ ପତ୍ନୀ ସୀତାଙ୍କ ସହ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନ ଗମନ କରିଥିଲେ । ବହୁ ଅସୁରମାରି, ମୁନିଋଷିମାନଙ୍କୁ ସୁରକ୍ଷା ଦେଇଥିଲେ । ଶେଷରେ ପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଅଯୋଧ୍ୟା ଫେରିଥିଲେ । ଭାଇମାନଙ୍କ ସହ ରାଜ୍ୟ ଶାସନ କଲେ । ଖୁସିରେ ପ୍ରଜାମାନେ କାଳାତିପାତ କରୁଥିଲେ ।

ମର୍ତ୍ତ୍ୟରେ ଜନ୍ମ ମାତ୍ରେ ହିଁ ମୃତ୍ୟୁ ଅବସମ୍ଭାବି । ଭାରତର ଲୋକପ୍ରିୟ ଆଧ୍ୟାତ୍ମିକ ସିରିୟଲ ରମାନନ୍ଦ ସାଗରଙ୍କ ରାମାୟଣର ଉତ୍ତର ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ କୁଳଦେବତା ସମ୍ପର୍କରେ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ପ୍ରଭୁଶ୍ରୀରାମ ଭବ୍ୟ ରଥରେ ବୌକୁଣ୍ଠ ଗମନ ପୂର୍ବରୁ ଭକ୍ତ ବିଭିଷଣଙ୍କୁ ଦେଇଥିଲେ ଉପଦେଶ । ପ୍ରଜାଙ୍କ ସୁଖଦୁଃଖରେ ସାମିଲ ହେଲେ । ନିଜ ପୁଅ ଝିଅ ଭଳି ପ୍ରଜାଙ୍କୁ ପାଳିବ । ସୂର୍ଯ୍ୟବଂଶର କୂଳଦେବତା ଶ୍ରୀଜଗନ୍ନାଥଙ୍କୁ ନିତି ଆରାଧ୍ୟାନା କରୁଥିବ । ଏତିକି କହି ପ୍ରଭୁ ଶ୍ରୀରାମ ବୈକୁଣ୍ଠ ଗମନ କରିଥିଲେ । ବିଭୀଷଣ ସୁର୍ଯ୍ୟ ବଂଶର କୂଳଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରିଆସୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର