Masthead

ପ୍ରଭୁ ଶ୍ରୀରାମଙ୍କ କୁଳଦେବତା କିଏ ଜାଣନ୍ତି ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୂର୍ଯ୍ୟବଂଶର ରାଜାମାନେ ବହୁ ପରାକ୍ରମୀ । ପ୍ରଜାବତ୍ସଳ ମଧ୍ୟ । ଏହି ରାଜାମାନେ ଦାନ, ଧର୍ମ ପାଇଁ କେବେ ହେଲେ କୁଣ୍ଠାବୋଧ କରୁନଥିଲେ । ଆତିଥ୍ୟସତ୍କାର ସୂର୍ଯ୍ୟବଂଶର ଆଉ ଏକ ଭୂଷଣ । ଗୁରୁ, ବ୍ରାହ୍ମଣଙ୍କ ସେବାକୁ ଜୀବନର ବ୍ରତ ଭାବେ ସୂର୍ଯ୍ୟବଂଶର ରାଜାମାନେ ଗ୍ରହଣ କରିନେଇଥିଲେ । ଏହି ବଂଶର ଶ୍ରେଷ୍ଠ ନରପତିମାନଙ୍କ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ସ୍ଥାନ ସବୁଠୁ ଉଚ୍ଚରେ ।

ମହାପ୍ରତାପି ରାବଣର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବତାମାନେ ବିଷ୍ଣୁଙ୍କ ଶରଣାପର୍ଣ୍ଣ ହୋଇଥିଲେ । ଭଗବାନ ବିଷ୍ଣୁ ଗ୍ରହଣ କରିଥିଲେ ଆଉ ଏକ ଅବତାର । ଶ୍ରୀରାମ ଅବତାର । ପ୍ରଭୁ ଶ୍ରୀରାମ ସୂର୍ଯ୍ୟବଂଶରେ ଜନ୍ମଗ୍ରହଣ କରିଥିଲୋ ସେ ଥିଲେ ସତ୍ୟ ସନ୍ଧ । ପିତୃସତ୍ୟ ପାଳନ ପାଇଁ ଭାଇ ଲକ୍ଷ୍ମଣ ପତ୍ନୀ ସୀତାଙ୍କ ସହ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନ ଗମନ କରିଥିଲେ । ବହୁ ଅସୁରମାରି, ମୁନିଋଷିମାନଙ୍କୁ ସୁରକ୍ଷା ଦେଇଥିଲେ । ଶେଷରେ ପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଅଯୋଧ୍ୟା ଫେରିଥିଲେ । ଭାଇମାନଙ୍କ ସହ ରାଜ୍ୟ ଶାସନ କଲେ । ଖୁସିରେ ପ୍ରଜାମାନେ କାଳାତିପାତ କରୁଥିଲେ ।

ମର୍ତ୍ତ୍ୟରେ ଜନ୍ମ ମାତ୍ରେ ହିଁ ମୃତ୍ୟୁ ଅବସମ୍ଭାବି । ଭାରତର ଲୋକପ୍ରିୟ ଆଧ୍ୟାତ୍ମିକ ସିରିୟଲ ରମାନନ୍ଦ ସାଗରଙ୍କ ରାମାୟଣର ଉତ୍ତର ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ କୁଳଦେବତା ସମ୍ପର୍କରେ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ପ୍ରଭୁଶ୍ରୀରାମ ଭବ୍ୟ ରଥରେ ବୌକୁଣ୍ଠ ଗମନ ପୂର୍ବରୁ ଭକ୍ତ ବିଭିଷଣଙ୍କୁ ଦେଇଥିଲେ ଉପଦେଶ । ପ୍ରଜାଙ୍କ ସୁଖଦୁଃଖରେ ସାମିଲ ହେଲେ । ନିଜ ପୁଅ ଝିଅ ଭଳି ପ୍ରଜାଙ୍କୁ ପାଳିବ । ସୂର୍ଯ୍ୟବଂଶର କୂଳଦେବତା ଶ୍ରୀଜଗନ୍ନାଥଙ୍କୁ ନିତି ଆରାଧ୍ୟାନା କରୁଥିବ । ଏତିକି କହି ପ୍ରଭୁ ଶ୍ରୀରାମ ବୈକୁଣ୍ଠ ଗମନ କରିଥିଲେ । ବିଭୀଷଣ ସୁର୍ଯ୍ୟ ବଂଶର କୂଳଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରିଆସୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ