ପାକିସ୍ତାନରେ ବିସ୍ଫୋରଣ ପରେ ବିସ୍ଫୋରଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ । ତାଲିବାନ୍ ଓ ପାକ୍‌ ସେନା ମଧ୍ୟରେ ସୀମାରେ ପ୍ରବଳ ଗୁଳି ବିନିମୟ ହୋଇଛି । କୁନାର ଓ ହେଲମାଣ୍ଡ ପ୍ରଦେଶ ସମେତ ଡୁରାଣ୍ଡ ବର୍ଡରରେ ଯୁଦ୍ଧ ଜାରି ହୋଇଛି । ଆଫଗାନିସ୍ତାନ ସେନା କବ୍‌ଜାରେ ପାକିସ୍ତାନର ଅନେକ ଆଉଟପୋଷ୍ଟ ରହିଛି । ପାକିସ୍ତାନ ଗୁରୁବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭୀଷଣ ଏୟାରଷ୍ଟ୍ରାଇକ୍‌ କରିଥିଲା ।

ଏହା ପ୍ରତିଶୋଧ ନେଇ ପାକିସ୍ତାନ ଉପରେ ଆଫଗାନ ଆକ୍ରମଣ କରିଛି । ଏଥିରେ ୧୨ ପାକ୍‌ ସେନାଙ୍କର ମୃତ୍ୟୁ ହୋଇଛି । ତେହରିକ- ଇ-ତାଲିବାନ ପାକିସ୍ତାନ ବା ଟିଟିପି  ଏହି ଆକ୍ରମଣ କରିଛି । ଏଥିରେ ଆତ୍ମଘାତୀ ଆତଙ୍କୀ ସହ ୭ ପୁଲିସ ପ୍ରାଣ ହରାଇଛନ୍ତି  ।  ପ୍ରତିଦିନ ପାକିସ୍ତାନରେ ବୋମା ଫୁଟୁଛି ଓ ଗୁଳି ଚାଲୁଛି। ଆଉ ଏହାର କେନ୍ଦ୍ରସ୍ଥଳ ପାଲଟିଛି ଖାଇବର ପଖତୁନଖ୍ବା। ଶୁକ୍ରବାର ରାତିରେ ପୁଲିସ୍ ଟ୍ରେନିଂ ସ୍କୁଲ ଉପରେ ହୋଇଛି ଭୟଙ୍କର ଆକ୍ରମଣ ।

ଏଥିରେ ୭ ଜଣ ପାକିସ୍ତାନୀ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୧୨ ଜଣ ଆହତ ହୋଇଛନ୍ତି । ପୁଲିସ୍ ଟ୍ରେନିଂ ସେଣ୍ଟରରେ ୭-୮ ଜଣ ଆତ୍ମଘାତୀ ଆତଙ୍କବାଦୀ ମୁଖ୍ୟ ଫାଟକରେ ବିସ୍ଫୋରକ ବୋଝେଇ ଟ୍ରକ୍ ଧକ୍କା ଦେଇ ଭିତରେ ପଶିଥିଲେ । ପୁଲିସ୍ ଓ ଆକ୍ରମଣକାରୀଙ୍କ ମଧ୍ୟରେ ପ୍ରାୟ ୫ ଘଣ୍ଟା ଗୁଳିବିନିମୟ  ହୋଇଥିଲା। ଏଥିରେ ୭ ଜଣ ପାକିସ୍ତାନୀ ପୁଲିସ୍ କର୍ମଚାରୀଙ୍କ ସହିତ ୬ ଜଣ ଆକ୍ରମଣକାରୀ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ