Masthead

୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା: ଏଏସଆଇ

କଟକ (ବଡ଼ ଖବର ବ୍ୟୁରୋ):  ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏଏସଆଇ ପକ୍ଷରୁ ସତ୍ୟପାଠ ଦାଖଲ । ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସଆଇ ଅଧୀକ୍ଷକଙ୍କ ପ୍ରତିକ୍ରିୟା । ଭିତର ଭଣ୍ଡାର କେବେ ମଧ୍ୟ ଅନୁଧ୍ୟାନ ହୋଇ ନଥିବା କହିଲେ ଅଧୀକ୍ଷକ । ୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା’ । ସେତେବେଳେ ଛାତରୁ ପାଣି ଗଳୁଥିଲା, ଚଟାଣରେ ପଥର ପଡ଼ିଥିଲା’ । କାନ୍ଥ ଭିତରୁ ଏକ ଫମ୍ଫସା ଶବ୍ଦ ମଧ୍ୟ ଶୁଭୁଥିଲା । ସେ ଆହୁରି ମଧ୍ୟ କହିଛନ୍ତି ରତ୍ନଭଣ୍ଡାରର ମରାମତି ଆବଶ୍ୟକ ରହିଛି ।

ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି । ‘ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ମରାମତି କରିବୁ । ଏହାପୂର୍ବରୁ ରତ୍ନଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସରକାରଙ୍କୁ ସୁପାରିଶ କରିଛି । ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ ଓ ମରାମତି କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ପରିଚାଳନା କମିଟି । ଏହାସହ ରତ୍ନଭଣ୍ଡାର ଖୋଲିବାକୁ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୂଆ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ନିର୍ଦ୍ଦେଶନାମା 🔴 ନୂଆବର୍ଷରୁ ମହଙ୍ଗା ହେଲା LPG ସିଲିଣ୍ଡର ଦର 🔴 ରାଜଧାନୀରେ ରାସ୍ତା ଗାଏବ 🔴 ଚୋରା ମଦ ବିକ୍ରିକୁ ବିରୋଧ, ରାସ୍ତାରେ ବସିଲେ ମହିଳା 🔴 ଶ୍ରୀମନ୍ଦିର କ୍ୟାଲେଣ୍ଡେର ତ୍ରୁଟି 🔴 ଆଜିଠୁ ପୁଣି ବଢିପାରେ ଶୀତ 🔴 ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ 🔴 ରାଜ୍ୟରେ ଆଗାମୀ ୪ ଦିନ ଘନ କୁହୁଡ଼ି ଆଲର୍ଟ 🔴 ନୂଆ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ନିର୍ଦ୍ଦେଶନାମା 🔴 ନୂଆବର୍ଷରୁ ମହଙ୍ଗା ହେଲା LPG ସିଲିଣ୍ଡର ଦର 🔴 ରାଜଧାନୀରେ ରାସ୍ତା ଗାଏବ 🔴 ଚୋରା ମଦ ବିକ୍ରିକୁ ବିରୋଧ, ରାସ୍ତାରେ ବସିଲେ ମହିଳା 🔴 ଶ୍ରୀମନ୍ଦିର କ୍ୟାଲେଣ୍ଡେର ତ୍ରୁଟି 🔴 ଆଜିଠୁ ପୁଣି ବଢିପାରେ ଶୀତ 🔴 ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ 🔴 ରାଜ୍ୟରେ ଆଗାମୀ ୪ ଦିନ ଘନ କୁହୁଡ଼ି ଆଲର୍ଟ