Masthead

ନା ବିବାଦ ତୁଟିଲା ନା ‘ପ୍ରଥା’ ହଲରେ ପଡ଼ିଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଚର୍ଚ୍ଚିତ ଖବର ଫିଲ୍ମ ବିବାଦ । ଅଭିନେତା ମନୋଜ ମିଶ୍ରଙ୍କୁ ଟୁଟୁ ନାୟକ ସିନେ ଇଣ୍ଡଷ୍ଟ୍ରୀରୁ ୨ ବର୍ଷ ବାସନ୍ଦ ପରେ ଏହା ନେଇଛି ଉଗ୍ରରୂପ । ଟୁଟୁଙ୍କ ଏହି ନିଷ୍ପତ୍ତିକୁ ପଶ୍ଚିମ ଓଡ଼ିଶାରେ ଜୋରଦାର ବିରୋଧ କରାଯାଇଥିବା ବେଳେ ଏବେ ମଧ୍ୟ ତାହା ଥମିନାହିଁ । ଏପରିକି ପଶ୍ଚିମରେ ଓଡ଼ିଶାରେ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରାଯାଉଛି । ଫିଲ୍ମ ହଲରେ ପୋଷ୍ଟର ଚିରାଯାଉଛି । ଓଡ଼ିଆ ଚଳଚ୍ଚିତ୍ର ସହ ଯାତ୍ରାକୁ ମଧ୍ୟ ବିରୋଧ କରୁଛି କୋଶଳ ସେନା । ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ ରିଲିଜ ହେବା ପରେ ଏହି ଆଧାରରେ ଝାରସୁଗୁଡ଼ାରେ ମଧ୍ୟ ଏହାର ପୋଷ୍ଟରକୁ ଚିରାଯାଇଥିଲା । ଏଥିରେ ଅଭିନେତା ମନୋଜ ମିଶ୍ରଙ୍କ ହାତ ଥିବା ବଡ଼ ଖବର ଷ୍ଟୁଡିଓରେ ଅଭିଯୋଗ ଆଣିଥିଲେ ପ୍ରଯୋଜକ ସନଲିସା ପଟେଲ । ଯାହାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ ମନୋଜ । ଡିଷ୍ଟ୍ରିବ୍ୟୁସନ ସିଷ୍ଟମକୁ ନିନ୍ଦା କରିବା ସହ ଆମ ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳ ଲଗାଇବା ପାଇଁ ଡିଷ୍ଟ୍ରିବ୍ୟୁଟର ଜିତୁ ଖଣ୍ଡେଲୱାଲ ଚାହୁଁଛି କହିଥିଲେ ମନୋଜ ।

ଏହି ବିବାଦ ପରେ ସାରା ରାଜ୍ୟର ସିନେମା ହଲରୁ ‘ପ୍ରଥା’ ଚଳଚ୍ଚିତ୍ରକୁ ହଟାଇ ଦେଇଥିଲେ ସନଲିସା । ହେଲେ ବନ୍ଦ ହୋଇଥିବା, ବିରୋଧ କରାଯାଇଥିବା ‘ପ୍ରଥା’ ଫିଲ୍ମକୁ ପୁଣି ଥରେ କେମିତି ଚାଲିବ ସେନେଇ ଉଭୟ ଅଭିନେତା ଓ ପ୍ରଯୋଜକ ବଡ଼ ଖବର ଷ୍ଟୁଡିଓରେ ଆଲୋଚନା କରିଥିଲେ । ମନୋଜ ମିଶ୍ର କହିଥିଲେ ଦୀପାବଳୀରେ ‘ପ୍ରଥା’ ଚାଲିବ । ରାଜ୍ୟର ସବୁ ସିନେମା ହଲରେ ପଡ଼ିବ । ଯାହାକୁ ସମର୍ଥନ କରିଥିଲେ ପ୍ରଯୋଜକ ସନଲିସା ପଟେଲ ।

ସରିଗଲା ଦୀପାବଳି ହେଲେ ସିନେମା ହଲରେ ପଡ଼ିଲାନି ‘ପ୍ରଥା’ । ଆଶା କରାଯାଉଥିଲା ଉଭୟ କଥା ହେଲା ପରେ ଏ ବିବାଦ ତୁଟିଯିବ । ହେଲେ ତାହା ହେଲା ନାହିଁ । ମନୋଜଙ୍କ କଥାକୁ ସମର୍ଥନ କରିଥିବା ସନଲିସା ପୁଣି ଥରେ ବାହାରିଲେ, ବିଭିନ୍ନ ଗଣମାଧ୍ୟମରେ ବର୍ଷିଲେ । ଏପରିକି ମହିଳା କମିଶନଙ୍କୁ ମଧ୍ୟ ଭେଟିବା ସହ ଏନେଇ ନ୍ୟାୟ ଭିକ୍ଷା କରିଥିଲେ । ବିଭାଗୀୟ ସଚିବଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ । ଫିଲ୍ମକୁ ନ୍ୟାୟ ନ ମିଳିଲେ ବିଧାନସଭା ସମ୍ମୁଖରେ ଧାରଣା ଦେବି ବୋଲି ଚେତାବନୀ ଦେଇଛନ୍ତି ସନଲିସା । ସେ ଯାହା ହେଉନା କାହିଁକି ଓଡ଼ିଆ ସିନେମା ଚାଲିବା ଦରାକର ଓ ଫିଲ୍ମ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା