ବିଜେପି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ରଙ୍କ ପାଇଁ କଣ୍ଟା କର୍ମକର୍ତ୍ତା

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲା ପାଟଣା ବିଧାନସଭାମଣ୍ଡଳି ପାଇଁ ବିଜେପି ପକ୍ଷରୁ ଅଖିଳ ଚନ୍ଦ୍ର ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ହେଲେ ବିଜେପିର କର୍ମକର୍ତ୍ତା ଅଖିଳଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ପୂର୍ବରୁ ସମୂହ ଇସ୍ତଫା ଦେଇଥିବା ବେଳେ ପୁଣି ବିରୋଧ ସମାବେଶର ଚିତ୍ର ସାମ୍ନାକୁ ଆସିଛି। ଏହି ବିରୋଧ ସମାବେଶରେ ପାଖାପାଖି ଦୁଇହଜାରରୁ ଅଧିକ ଲୋକ ଓ ବିଜେପି କର୍ମୀମାନେ ସାମିଲ ହୋଇଥିଲେ।

ଚନା ଅନୁଯାୟୀ, ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ନିର୍ବାଚନମଣ୍ଡଳି ସଂଯୋଜକ ସୁଦର୍ଶନ ମହାନ୍ତଙ୍କ ସଂଯୋଜନାରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ମମିତା ନାଏକ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସତ୍ୟବ୍ରତ ନାଏକ, ଜିଲା ଯୁବମୋର୍ଜା ସଭାପତି ସବୀର ଦାଶ ପ୍ରମୁଖ ନୂତନ ପ୍ରାର୍ଥୀ ଦେବାକୁ ଦାବି କରିଥିଲେ। ମହିଳା ଆଦିବାସୀ ନେତ୍ରୀ ମମିତା ନାଏକ କହିଛନ୍ତି, ଆମେ ଏକ ଶୃଙ୍ଖଳିତ ଦଳର କର୍ମକର୍ତ୍ତା। ସଂଗଠନ ସହ ଜଡ଼ିତ ନଥିବା ବ୍ୟକ୍ତି ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରାର୍ଥିତ୍ବକୁ ବିରୋଧ କରୁଛୁ । ତାଙ୍କୁ ଛାଡ଼ି ଦଳ ଯାହାକୁ ବି ପ୍ରାର୍ଥୀ କରିବ ସମସ୍ତେ କାର୍ଯ୍ୟ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ