Masthead

ରେଳ ଷ୍ଟେସନରେ ବିମାନବନ୍ଦର ଭଳି ସୁବିଧା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜରାଟର ଗାନ୍ଧୀନଗରରେ ଏକ ନୂଆ ରେଳ ଷ୍ଟେସନର ଉଦଘାଟନ କରିବେ । ଏହା ଦେଶର ପ୍ରଥମ ପୁନଃବିକଶିତ ରେଳଷ୍ଟେସନ ହେବ । ଏଠାରେ ଯାତ୍ରୀଙ୍କୁ ବିମାନବନ୍ଦର ଭଳି ସୁବିଧା ମିଳିବ। ଅପରାହ୍ନ ୪ଟାରେ ଏହାର ଶୁଭ ଉଦଘାଟନ ହେବ । ଏହି ଷ୍ଟେସନର ବିଲ୍ଡିଂର ଉପର ମହଲାରେ ଏକ ପଞ୍ଚ ତାରକା ହୋଟେଲର ମଧ୍ୟ ଶୁଭାରମ୍ଭ କରିବେ ମୋଦି। ଏଥିରେ ୩୧୮ଟି କୋଠରୀ ରହିଛି ।

ଏଥିପାଇଁ ପ୍ରାୟ ୭୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୁଜରାଟ ସରକାରଙ୍କ ପକ୍ଷରୁ ମୋଦୀଙ୍କ କାର୍ଯ୍ୟକ୍ରମ ନେଇ ସମସ୍ତ ସୂଚନା ଦିଆଯାଇଛି । ରେଳ ଷ୍ଟେସନରେ କେବଳ ପଞ୍ଚ ତାରକା ହୋଟେଲ ହେବ ନାହିଁ ବରଂ ସପିଂ ମଲ୍ ଓ ମଲ୍ଟିପ୍ଲେକ୍ସ ମଧ୍ୟ ନିର୍ମାଣ କରାଯିବ । ଏଥିରେ ଫୁଡ୍ କୋର୍ଟ ମଧ୍ୟ ରହିବ । ଯାହାକୁ ପିପିପି ମୋଡରେ ଚଲାଯିବ ।

ଏହି ସ୍ମାର୍ଟ ରେଳଷ୍ଟେସନରେ ଦୁଇଟି ଏକ୍ସଲେଟର, ତିନୋଟି ଲିଫ୍ଟ ଓ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଦୁଇଟି ଅଣ୍ଡର ଗ୍ରାଉଣ୍ଡ ସବୱେ ରହିଛି। ଏଥିରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାଇନ୍ସ ସିଟିରେ ଏକ ନେଚର୍ ପାର୍କ, ରୋବୋଟିକ୍ ଗ୍ୟାଲେରୀ ଓ ଆକ୍ୱାଟିକ୍ ପାର୍କକୁ ମଧ୍ୟ ଉଦଘାଟନ କରିବେ । ସାଇନ୍ସ ସିଟିରେ ୨୬୦ କୋଟିରେ ନିର୍ମିତ ଆକ୍ୱାଟିକ୍ ଗ୍ୟାଲେରୀ ଦେଶର ସବୁଠାରୁ ବଡ ଆକୱାରିୟମ ହେବ । ଏଠାରେ ସାରା ବିଶ୍ୱର ୧୧୬୦୦ ମାଛ ଓ ଅନ୍ୟଜୀବ ଜନ୍ତୁଙ୍କୁ ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା