Masthead

ମମିତା ମୃତ୍ୟୁ ମାମଲା, ମହିଳା ବିଜେପି କର୍ମୀ –ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମମିତାଙ୍କୁ ନ୍ୟାୟ ଦାବିରେ ସବୁଠି ବିକ୍ଷୋଭ, ପ୍ରତିବାଦ । ସମସ୍ତଙ୍କ ଦାବି ମମିତାଙ୍କୁ ମିଳୁ ନ୍ୟାୟ । ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଦୋହଲି ଯାଇଛି ସାରା ରାଜ୍ୟ । ପୋଲିସ ଉପରେ ଉଠିଛି ବଡ଼ ପ୍ରଶ୍ନ । ଗୋବିନ୍ଦ ସାହୁଙ୍କ ସହିତ ଭଲ ସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ଗର୍ଜୁଛନ୍ତି ବିରୋଧୀ। ଭୁବନେଶ୍ୱରଠୁ ଭବାନିପାଟଣା ଯାଏ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ହେଉଛି ନାରାବାଜୀ।

ଏପରିକି ଶହଶହ ସଂଖ୍ୟାରେ ବିଜେପି କର୍ମୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆଜି ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ନେତ୍ରୀ ଭୁବନେଶ୍ୱରସ୍ଥିତ ଦଳୀୟ ଅଫିସରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲେ। ଦିବ୍ୟଶଙ୍କରଙ୍କ ଇସ୍ତଫା, ଗିରଫ ଦାବିରେ କୋକେଇ ଶୋଭାଯାତ୍ରା କରିଥିଲେ। ବିଜେପିର ବିକ୍ଷୋଭକୁ ଆଖି ଆଗରେ ରଖି ଶିଶୁ ଭବନରୁ ନବୀନ ନିବାସ ମଧ୍ୟରେ ୨୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ଏହା ମଧ୍ୟରେ ବିଜେପି କର୍ମୀ ୨ଟି ବାରିକେଡ ଭାଙ୍ଗି ୩ୟ ବାରିକେଡ ନିକଟରେ ପହଞ୍ଚିବା ସମୟରେ ପୁଲିସ୍‌ ସହ ମୁହାଁମୁହିଁ ହୋଇଛନ୍ତି ମହିଳା ବିଜେପି କର୍ମୀ। ଏପରିକି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଫଲରେ ଶତାଧିକ ବିଜେପି କର୍ମୀ ତୃତୀୟ ବାରିକେଡ ନିକଟରେ ଧାରଣାରେ ବସିଛନ୍ତି । ଅପରପକ୍ଷେ, ଯେଉଁ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ମାରି ପୋତି ଦିଆଯାଉଛି, ସେ ସ୍କୁଲର ପିଲା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ