Masthead

ପୁଅ ପାଇଁ ବିକଳ ହେଉଛି ମାଆ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଘରର ରୋଜଗାରିଆ ପୁଅ ନିଖୋଜ ଘଟଣାକୁ ୧୫ ଦିନ ବିତିଲା । ଖୋଜି ଖୋଜି ନୟାନ୍ତ ହେଲେଣି ପରିଵାର। ସମୟ ଯେତେ ଗଡୁଛି ସନ୍ଧେହ ସେତେ ବଢୁଛି। ପୁଅ ଚିନ୍ତାରେ ଏବେ ବାପା ମା ବିଛଣାରେ । ପୁଅ ପାଇଁ ମାଆ ବାପା ଏବେ ବ୍ୟାକୁଳ । ପୁଅର ନିଖୋଜ ଘଟଣାକୁ ନେଇ ପରିବାର ଲୋକେ ଏବେ ଅସମ୍ଭାଳ ହୋଇ ପଡିଛନ୍ତି। ପ୍ରତ୍ୟେକ ଦିନ ଯେଉଁ ଫୋନ୍ ଦୂରରୁ ଥାଇ ପୁଅର ଭଲ ମନ୍ଦ ବାପା ମା’କୁ ମନେ ପକାଉ ଥିଲା ଆଜିକୁ ୧୫ ଦିନ କୁଆଡେ ଶୁନଶାନ୍ ହୋଇ ଯାଇଛି। ଫୋନ୍ ନମ୍ୱର୍ ସୁଇଚ୍ ଅଫ୍ ସହିତ କୌଣସି ସନ୍ଧାନ ମିଳିନାହିଁ।

ପ୍ରଶାସନକୁ ନେହୁରା ହେଉଛନ୍ତି ପରିବାର ଲୋକେ ଭଲରେ ଫେରେଇ ଆଣ ପୁଅକୁ। ଏତିକି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଵାଂଶଡା ଥାନା ଅଧିନସ୍ଥ ଵଜରାପୁର ପଞ୍ଚାୟତ ଵଜରାପୁର ଗାଁରେ। ଅରୁଣ ଓଝାଙ୍କ ପୁଅ ଲିପୁ ଓଝା କଟକ ସ୍ଥିତ ବାଦାମ ବାଡ଼ି ନିକଟସ୍ଥ ଏକ କାଠ ଦୋକାନରେ କାମ କରୁଥିଲେ। ଘରର ପରିସ୍ଥିତି ପାଇଁ କଟକରେ ଏକ କାଠ ଦୋକାନରେ ରହି କାମ କରୁଥିବା ବେଳେ ପ୍ରତ୍ୟେକ ଦିନ ଘରକୁ ବାପା ମାଆଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା ହୁଅନ୍ତି। ୧୫ ଦିନ ହେବ କୌଣସି ଫୋନ୍ ଯୋଗା ଯୋଗରେ ନ ଥିଲାବେଳେ ସୁଇଚ୍ ଅଫ୍ ରହିଛି। ଘରୁ ଗୋଡ଼ କାଢି ବାହାରକୁ ଯାଇଥିଲେ ଲୁପୁ ଓଝା। ସ୍ଵପ୍ନ ଥିଲା ଅନେକ, ବାପାଙ୍କ କାନ୍ଧରେ କାନ୍ଧ ମିଳାଇ ରୋଜଗାର ମାଧ୍ୟମରେ ସାହାଯ୍ୟ କରିବା।

କିନ୍ତୁ ପୁଅର କୌଣସି ଅନୁସନ୍ଧାନ ନ ମିଳିବାରୁ ବାପା, ମାଆ କଟକ ବାଦାମବାଡି ପୋଲିସ ଷ୍ଟେସନରେ ନିଖୋଜ ପାଇଁ ଏତଲା ଦେଇଥିଲେ। ଘରେ ଥିବା ବୁଢୀ ମାଆ ନାତିର ଅନୁପସ୍ଥିତିରେ କାନ୍ଦି କାନ୍ଦି ଖାଇବା ପିଇଵା ଭୁଲି ଗଲେଣି। ବାପା ଓ ମା ମଧ୍ୟ ପୁଅର କିଛି ସନ୍ଧାନ ନ ପାଇବାରୁ ରନ୍ଧାବଢା ଭୁଲି ବିଛଣା ଧରିଲେଣି। ବୁଢୀ ମା ନିଜେ କହୁଛି ମୋ ସ୍ଵାମୀଙ୍କ ମୃତ୍ୟୁ ପରେ ନାତିର ମୁହଁକୁ ଦେଖି ଖୁସିରେ ରହିଥିଲି। କିନ୍ତୁ ଆଜି ମୋର ଟଙ୍କା ଦରକାର ନାହିଁ ଧନ ଦରକାର ନାହିଁ ମୋ ନାତିକୁ ମୋ ପାଖକୁ କେଉଁଠି ଅଛି ଫେରାଇ ଦିଅ। ଏପଟେ କେଉଁଠି ସେ କାଠ କାମ କରୁଥିଲେ ତାହାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଠିକଣା ପରିବାରଙ୍କ ନିକଟରେ ନାହିଁ। କେମିତି ପାଇବେ ଠିକଣା। ପ୍ରଶାସନକୁ ନେହୁରା ହେଉଛନ୍ତି ପରିବାର ଲୋକେ। ଏପଟେ କଟକ ବାଦାମ ବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ