Masthead

ଆଜି ହେରା ପଞ୍ଚମୀ: ଅଭିମାନିନୀ ଭାଙ୍ଗିବେ ରଥ

ପୁରୀ (ବଡ଼ ଖବର ବ୍ୟୁରୋ): ଋକ୍ମିଣୀ ହରଣ ଏକାଦଶୀରେ ବିବାହ । ଚତୁର୍ଥୀ ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ହୋଇ ଅଣସର ଘରେ ଥିଲେ ନଟିଆ ଠାକୁର । ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ, ଭାଇ-ଭଉଣୀଙ୍କୁ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଚାଲି ଆସିଛନ୍ତି । ପାଞ୍ଚଦିନ ପୂରିବାକୁ ବସିଲାଣି । ଖବର ନାହିଁ କି ଅନ୍ତର ନାହିଁ । ଏପଟେ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ଗଇଣ୍ଠାଳ ବି ଫିଟିନି ।

ସେଇଥିପାଇଁ ତ ମାଆ ବିମଳାଙ୍କ ପରାମର୍ଶ କ୍ରମେ ଆଜି ଆଷାଢ ଶୁକ୍ଳ ପଞ୍ଚମୀ ତିଥିରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମା ସାଆନ୍ତାଣୀ । ଦେଖିବେ କ’ଣ କରୁଛନ୍ତି କୋଠଭୋଗ ଖିଆ । ନିର୍ଦ୍ଧାରିତ ନୀତି ଓ ପରମ୍ପରା ଅନୁସାରେ ଆଜି ରାତିରେ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରିବେ ମାଆ ସାଆନ୍ତାଣୀ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରିବେ ।

ଶରଧାବାଲିର ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହି ନୀତି ସଂପନ୍ନ ହେବାପରେ ପତିମହାପାତ୍ର ସେବକଙ୍କ ଦ୍ୱାରା ବନ୍ଦାପନା, ଚାମର ଆଲଟ ସେବା ଆଦି ସଂପନ୍ନ କରାଯିବ ।ଏହାପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଜ୍ଞାମାଳ ଆସିବା ପରେ ନାକଚଣା ଦ୍ୱାର ଦେଇ ମନ୍ଦିରକୁ ଯିବେ ମା ଲକ୍ଷ୍ମୀ ସାଆନ୍ତାଣୀ । କିନ୍ତୁ ଧୂପ ଚାଲିଥିବାରୁ ନା ଶ୍ରୀଜିଉଙ୍କ ଦର୍ଶନ ମିଳିବ,ନା ସାଥିରେ ଫେରିବେ ମହାବାହୁ । ଏଥିରେ ଅଭିମାନ କରି ରଥ ଭାଙ୍ଗି ହେରା ଗୋହରି ସାହି ଦେଇ ଶ୍ରୀମନ୍ଦିର ଫେରିବେ ଠାକୁରାଣୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ