Masthead

ସ୍ୱାମୀର ଶବକୁ ଜଗିଛନ୍ତି ସ୍ତ୍ରୀ-ପୁଅ

ବିନିକା (ବଡ଼ ଖବର ବ୍ୟୁରୋ): ପାରିବାରିକ କଳହ ପାଇଁ ଶବ ଗ୍ରହଣ କରିଲେନି ପରିବାର । ବିନିକା ଥାନାରେ ଦୀର୍ଘ ୮ ଘଣ୍ଟା ଧରି ପଡ଼ିରହିଛି ମୃତଦେହ । ଶବ ଜଗି ରହିଛନ୍ତି ମୃତକଙ୍କ ସ୍ତ୍ରୀ ଏବଂ ୭ ବର୍ଷୟ ପୁଅ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବରପଦର ଗାଁରେ ଏଭଳି ଘଟଣା ଘଟିଛି । ନ୍ୟାୟ ପାଇଁ ସ୍ତ୍ରୀ ଓ ପୁଅ ଶବ ରଖି ନ୍ୟାୟ ମାଗୁଛନ୍ତି ।

ପ୍ରମୋଦ ବାଗଙ୍କ ଦେହ ଅସୁସ୍ଥ ହେବାରୁ ସ୍ୱାମୀକୁ ଭଲ କରିବା ପାଇଁ ସ୍ତ୍ରୀ ଜନନୀ ବାଗ ପ୍ରଥମେ କୁଚିଣ୍ଡା ମେଡିକାଲ ଓ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି । କିନ୍ତୁ ମହାପ୍ରୟାଣ ଗାଡ଼ିରେ ସ୍ୱାମୀର ଶବକୁ ବରପଦର ଗାଁକୁ ଶବ ସତ୍କାର ପାଇଁ ନେଇଥିଲେ ବି ପରିବାର ଲୋକେ ଶବକୁ ଗ୍ରହଣ କରିନଥିଲେ । ଫଳରେ ନ୍ୟାୟ ଦାବିରେ ଶବକୁ ବିନିକା ଥାନାକୁ ଆଣିଛନ୍ତି ପ୍ରମୋଦଙ୍କ ସ୍ତ୍ରୀ ଜନନୀ । ବର୍ତମାନ ଥାନାରେ ମହାପ୍ରୟାଣ ଗାଡି ଭିତରେ ଶବ ପଡ଼ିଥିବା ବେଳେ ସ୍ତ୍ରୀ ଓ ୭ ବର୍ଷର ପୁଅ ଜଗିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ