କଙ୍ଗୋରେ ବାଦଲଫଟା ବର୍ଷା, ୨୦୦ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ରୀୟ ଆଫ୍ରିକୀୟ ଦେଶ କଙ୍ଗୋରେ ବାଦଲ ଫଟା ବର୍ଷା । ଭୀଷଣ ବୃଷ୍ଟିପାତଜନିତ ଆକସ୍ମିକ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟ ୨୦୦ ଅତିକ୍ରମ କରିଛି । ଯାହାକୁ ନେଇ ଦକ୍ଷିଣ କିବୁ ପ୍ରଦେଶର ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି । ଶନିବାର ସୁଦ୍ଧା ୨୦୩ଟି ଶବ ଉଦ୍ଧାର କରାଯାଇଛି। ଗୁରୁବାର ଦକ୍ଷିଣ କିବୁ ପ୍ରଦେଶର କାଲେହେ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା ।

ନଦୀ ସବୁ କୂଳଲଙ୍ଘି ବୁଶୁଶୁ ଏବଂ ନ୍ୟାମୁକୁବି ଗାଁ’କୁ ବନ୍ୟାପ୍ଳାବିତ କରିଥିଲା। ନ୍ୟାମୁକୁବିରେ ସାପ୍ତହିକ ହାଟ ବସିଥିବା ବେଳେ ପାହାଡ଼ ଧସି ପଡ଼ିବାରୁ ଅନେକ ଲୋକ ପୋତି ହୋଇଯାଇଥିଲେ । ସେପଟେ ନିଖୋଜ ହୋଇଯାଇଥିବା ଅନେକ ଲୋକଙ୍କୁ ଠାବ କରିବା ଲାଗି ଉଦ୍ୟମ ଜାରି ରହିଛି। ନ୍ୟାମୁକୁବି ଗାଁରେ ଉଦ୍ଧାରକାରୀମାନେ ମୃତବ୍ୟକ୍ତିଙ୍କୁ ଖୋଜିବା ନିମନ୍ତେ କାଦୁଅ ଏବଂ ଭଙ୍ଗାରୁଜା ଘରମାନଙ୍କରେ ତଲାସ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’