Masthead

ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଦେଓଗାଁରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରାଖଇରଗୁଡ଼ାର ବଡ଼ ଖଳା, କୁମୁରିଆର ସାନଖଳା ଓ ନୂଆଖଳାରେ ପାଳନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ବଳି ସ୍ଥଳରେ ପୋଲିସ ଫୋର୍ସ ମୁତୟନ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଲୋକ ଯାତ୍ରାରେ ସାମିଲ ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ। ଯାତ୍ରାକୁ ଦୃଷ୍ଟିରେ ରଖିବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏପିରିକିବଳି ପଡ଼ୁଥିବା ସ୍ଥାନରେ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଙ୍ଗମ ହୋଇଛି।

ସୂଚନାନୁଯାୟୀ, ଆଜି ରାତିରେ ନିଶି ପୂଜା ପରେ ଭୋର ୪ଟାରୁ ବିଭିନ୍ନ ନୀତିକାନ୍ତି ହୋଇଥିଲା। ଆଦିବାସୀ ପରମ୍ପରା ଅନୁଯାୟୀ ଭୋରରୁ ମୁଖ୍ୟ ପୂଜକ ବଡ଼ ଖଳାକୁ ଯାଇ ସେଠାରେ ଗାଧୋଇବା ପରେ ନୀତିକାନ୍ତି ଆରମ୍ଭ କରିଥିଲେ । ବରୁଆମାନଙ୍କ ଭିତରେ ଦେବତାଙ୍କୁ ଆବାହନ କରାଯାଇଥିଲା। ବରୁଆମାନଙ୍କ ଦେହରେ ଦେବତା ଆସିବା ପରେ ପ୍ରଥମେ ଏକ ଧଳା ଗଞ୍ଜା କୁକୁଡ଼ା ଓ ପରେ ପାଟ ଭୁକାକୁ ବଳି ଦିଆଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ଆଣିଥିବା ମାନସିକ କୁକୁଡ଼ା,ଛେଳି,ମେଣ୍ଢା,ମଇଁଷିକୁ ବଳି ଦିଆଯାଇଥିଲା।ବିଶ୍ୱାସ ରହିଛି ଯେ,ଯିଏ ଯାହା ମାଗିଛି ଏଠି ପାଇଛି। ପ୍ରତି ବର୍ଷ ଭଳି ଦେଓଗାଁ ବ୍ଲକ କୁମୁରିଆର ବଡ଼ ଖଳା ଓ ସାନ ଖଳା ମୁଖ୍ୟ ପୀଠରେସୁଲିଆ ଯାତ୍ରା ହୋଇଥିବା ବେଳେ ଅନ୍ୟ ୬ଟି ସ୍ଥାନରେ ବି ଯାତ୍ରା ପାଳିତ ହୋଇଛି। ବଲାଙ୍ଗୀର ଜିଲ୍ଲା ସମେତ,ବରଗଡ଼,କଳାହାଣ୍ଡି,ମାଲକାନଗିରି,କୋରାପୁଟ,ମୟୁରଭଞ୍ଜ,ସମ୍ବଳପୁର,ବୌଦ୍ଧ,ସୋନୌର,ନୂଆପଡା,ଦେବଗଡ଼,ଝାରସୁଗୁଡା ଭଳି ବହୁ ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼ ରାଜ୍ୟ ଓ ଝାରଖଣ୍ଡ ରାଜ୍ୟରୁ ବି ଶ୍ରଦ୍ଧାଳୁମାନେ ଆସନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ