Before Header

ପ୍ରତାପ କାହିଁକି ଇସ୍ତଫା ଦେଇନାହାନ୍ତି ?

0 30

ମାହାଙ୍ଗା(ବଡ଼ ଖବର ବ୍ୟୁରୋ): ଟାର୍ଗେଟରେ ଆଇନମନ୍ତ୍ରୀ । କାହିଁକି ପ୍ରତାପ ଜେନାକୁ ଗିରଫ କରାଯାଉନି ବୋଲି ପ୍ରଶ୍ନ କଲା ବିଜେପି । ମାହାଙ୍ଗ ଡବଲ ମର୍ଡର ଘଟଣାରେ ପ୍ରତାପଙ୍କର ସିଧାସଳଖ ସମ୍ଫୃକ୍ତି ରହିଥିବା ପୁଣି ଅଭିଯୋଗ କଲା ବିଜେପି । ଓଡିଶା ଗସ୍ତରେ ଆସି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଉଠାଇଛନ୍ତି । ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଦୁର୍ନିତି ବିରୋଧରେ କହୁଥିବା ଲୋକଙ୍କୁ ହତ୍ୟା କରାଯାଉଛି ।

ଯାହା ମାହାଙ୍ଗାରେ ଦେଖିବାକୁ ମିଳଛି । କୂଳମଣି ବରାଳ ଏବଂ ଦିବ୍ୟସିଂହ ବରାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତି ହେଉଥିବା ପ୍ରସଙ୍ଗ ବାରମ୍ବାର ଉଠାଉଥିଲେ । ଶାସକ ଦଳର ନେତା ଏହି ଦୁର୍ନିତି କରୁଥିବା ବାରମ୍ବାର ଅଭିଯୋଗ କରୁଥିଲେ । ଯେଉଁଥିପାଇଁ ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ଡି.ପୁରନ୍ଦେଶ୍ୱରୀ ମାହାଙ୍ଗା ପ୍ରସଙ୍ଗରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଭାଜପା କୂଳମଣି ଓ ତାଙ୍କ ପରିବାର ସହ ଅଛି । ନ୍ୟାୟ ନ ମିଳିବା ଯାଏ ଏ ଲଢେଇ ଜାରି ରହିବ । ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ । ନଚେତ ରାଜ୍ୟବାସୀଙ୍କର ଭରସା ଉଠିଯିବ ।

Leave A Reply

Your email address will not be published.