Masthead

ଚୁପ ରହିବନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାତୀୟ ବିପତ୍ତି ବେଳେ ସୁପ୍ରିମକୋର୍ଟ ଚୁପ୍ ବସିବେ ନାହିଁ । ଆବଶ୍ୟକ ହେଲେ ନିଜ କ୍ଷମତା ପ୍ରୟୋଗ କରିବେ । କରୋନାକୁ ସମଗ୍ର ବିଶ୍ୱ ମହାମାରୀ ଘୋଷଣା କରିସାରିଛି । ବର୍ତ୍ତମାନ କରୋନା ଦେଶରେ ଜାତୀୟ ବିପତ୍ତି ସ୍ଥିତିରେ ଅଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗାମ ଲାଗୁନି । ଅକ୍ସିଜେନ୍ ଅଭାବରୁ ରୋଗୀ କଲବଲ ହୋଇ ମରୁଛନ୍ତି । ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ କୋଭିଡି ପରିଚାଳନା ସମ୍ପର୍କିିତ ତଥ୍ୟ ମାଗିବା ପରେ ବ୍ୟବସ୍ଥାପକ ଓ ନ୍ୟାୟପାଳିକା ମଧ୍ୟରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି, ଦେଶରେ କେତେ ଅକ୍ସିଜେନ୍ ଉପଲବ୍ଧ ଅଛି ।

ରାଜ୍ୟ, ଘରୋଇ ଡାକ୍ତରଖାନା ଓ କେନ୍ଦ୍ର ସରକାରଙ୍କ ପାଇଁ ଭ୍ୟାକ୍ସିନ୍ ଦର ଅଲଗା ଅଲାଗା କହିଁକି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନର ପରିସ୍ଥିତି ଜରୁରୀ ପରିସ୍ଥିତି ନୁହେଁ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିବା ସହ କେନ୍ଦ୍ରଠାରୁ ଉତ୍ତର ଚାହିଁଛନ୍ତି । ଆସନ୍ତା ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ମହାମାରୀ କରୋନାଠାରୁ ମୁକ୍ତି ପାଇବା ଲାଗି ଦେଶ ପାଇଁ କ’ଣ ଯୋଜନା କରିଛନ୍ତି କେନ୍ଦ୍ର ସରକାର । କରୋନାର ବଢ଼ୁଥିବା ମାମଲା ଏବଂ କୋଭିଡ୍ ଆକ୍ରାନ୍ତଙ୍କ କ୍ଷେତ୍ରରେ ଉପୁଜୁଥିବା ଅସୁବିଧାକୁ ନେଇ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲେ । କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ ।

କରୋନାରୁ ମୁକ୍ତି ପାଇବା ଲାଗି ସରକାର ଦେଶ ପାଇଁ କଣ ଯୋଜନା କରିଛନ୍ତି ବୋଲି ପଚାରିଥିଲେ । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଏଲ୍. ନାଗେଶ୍ୱର ରାଓଏବଂ ଜଷ୍ଟିସ୍ ଏସ୍.ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାର ଶୁଣାଣି କରିଥିଲେ । । ସୁପ୍ରିମକୋର୍ଟ ଏହି ମାମଲାରେ ବରିଷ୍ଠ ଆଇନଜୀବୀ ହରୀଶ ସାଲଭେଙ୍କୁ ଆମିକସ୍ କ୍ୟୁରି ନିଯୁକ୍ତ କରିଥିଲେ । ତେବେ ଏହି ମାମଲାରୁ ନିଜକୁ ଦୂରେଇ ରଖିବା ଲାଗି ହରୀଶ ଅନୁମତି ମାଗିଥିଲେ । ଯାହାପରେ କୋର୍ଟ ତାଙ୍କୁ ବାଦ୍ ପାଇଁ ଅନୁମତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି