Masthead

ଦିନକୁ ୮ କୃଷକଙ୍କ ଆତ୍ମହତ୍ୟା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଭାବି ବିକ୍ରି, ଋଣ ଭାର ଓ ଅନ୍ୟାନ୍ୟ କାରଣରୁ ମହାରାଷ୍ଟ୍ରରେ ପ୍ରତିଦିନ ୮ କୃଷକ ଆତ୍ମହତ୍ୟା କରୁଛନ୍ତି । ମହାରାଷ୍ଟ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ୭ ମାସ ମଧ୍ୟରେ ରାଜ୍ୟରେ ୧୨୦୩ କୃଷକ ଆତ୍ମହତ୍ୟା କଲେଣି । ଏମାନଙ୍କ ମଧ୍ୟରୁ ୬ ମାସ ମଧ୍ୟରେ ୧୬୬୦ କୃଷକ ଆତ୍ମହତ୍ୟା କରିଥିବା ବିରୋଧୀ କହୁଛନ୍ତି । ଏକନାଥ ସିନ୍ଧେ ପ୍ରଶାସନର କୃଷକ ମାରଣ ନୀତି ଯୋଗୁଁ ମହାରାଷ୍ଟ୍ରରେ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ବିଜେପି ନେତୃତ୍ୱାଧୀନ ଦେବେନ୍ଦ୍ର ଫଡନାଭିସ ସରକାର ସମୟରେ ୨୦୧୪-୧୯ମଧ୍ୟରେ ୫୦୬୧ କୃଷକ ଆତ୍ମହତ୍ୟା କରିଥିଲେ ।

ଏନସିପି ନେତା ତଥା ମହାରାଷ୍ଟ୍ର ବିରୋଧୀ ଦଳ ନେତା ଅଜିତ ପାୱାର କହିଛନ୍ତି, ସିନ୍ଧେ ଓ ଫଡନାଭିସଙ୍କ ମୁଖ୍ୟମନ୍ତ୍ରୀ କାଳରେ ରାଜ୍ୟର କୃଷକ ମାନଙ୍କର କୌଣସି ଉନ୍ନତି ହୋଇପାରି ନାହିଁ । ଋଣ ସୁଝିବା ଚିନ୍ତାରେ କୃଷକମାନେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଘୃଣ୍ୟ ରାସ୍ତାକୁ ବାଛି ନେଉଛନ୍ତି । ମହାରାଷ୍ଟ୍ରରେ କପା, ପିଆଜ, ସୋୟାବିନ୍ ବହୁ ମାତ୍ରାରେ ଚାଷ କରାଯାଏ । ଉତ୍ପାଦିତ ଫସଲର ବିକି୍ର ପାଇଁ ସରକାରଙ୍କ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଧାର କରଜ କରି ଚାଷୀମାନେ କରିଥିବା ଫସଲ କମ୍ ମୂଲ୍ୟରେ ବିକି୍ର କରିବାକୁ ବାଧ୍ୟ ହେଉଛନ୍ତି । କରଜ ସୁଝି ନପାରି ବାଧ୍ୟ ହୋଇ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି ବୋଲି ପାୱାର କହିଛନ୍ତି । ମାର୍ଥାୱାଡା ଅଞ୍ଚଳରେ ୨ମାସ ମଧ୍ୟରେ ୬୨ ଚାଷୀ ଆତ୍ମହତ୍ୟା କରିଛନ୍ତି । ବେଡ ଜିଲ୍ଲାରେ କେବଳ ୨୨ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ