ଚାଷୀଙ୍କ ପାଇଁ ପ୍ରତିବନ୍ଧକ ସରକାର

ନୂଆପଡା, (ବଡ଼ ଖବର ବ୍ୟୁରୋ) : ନୂଆପଡା ଏକ ମରୁଡି ପ୍ରବଣ ଜିଲ୍ଲା । ପ୍ରତ୍ୟେକ ବର୍ଷ ଫସଲ ନଷ୍ଟଜନିତ ଆର୍ଥିକ ଅନାଟନ ପାଇଁ ଚାଷୀମାନେ ଆତ୍ମହତ୍ୟାର ରାସ୍ତା ଆପଣାଉଛନ୍ତି । ନୂଆପଡ଼ାର ଚାଷୀ କମ୍ ବର୍ଷା ଭଳି ପ୍ରତିକୂଳ ପରିସ୍ଥିତିରେ ବି ଚାଷ କରିବାର ସାହସ ଜୁଟାଉଥିବା ବେଳେ, ବିଭିନ୍ନ ସମୟରେ ପ୍ରଶାସନିକ ଅବ୍ୟବସ୍ଥା ଚାଷୀମାନଙ୍କ ପାଇଁ ପ୍ରତିବନ୍ଧକ ସାଜୁଛି । କୋମନା ବ୍ଲକ ସାହାଜଟ, ବାଳିପାଟି, ଗଡ଼ଗଡ଼ପାଲି ଆଦି ଗ୍ରାମର ଚାଷୀମାନଙ୍କର ଫସଲ ନଷ୍ଟକୁ ଆମେ ଏକ ଉଦାହରଣ ଭାବରେ ନେଇପାରିବା ।
ଏହି ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ଧାନ ଓ କପା ଚାଷ କରିଥାନ୍ତି । ଭଲ ବିହନ ଆଣିବା ସଙ୍ଗେ ସଙ୍ଗେ ଚାଷ ପାଇଁ ଯାହା ଆନୁସଙ୍ଗିକ କାମ କରିବା କଥା ସବୁ କରନ୍ତି, ମାତ୍ର ଅମଳ ଭଲ ହୁଏ ନାହିଁ । ଚାଷୀମାନେ ଚାଷ ପାଇଁ ପାହାଡ଼ର ଝରପାଣି ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ସେହି ପାହାଡ଼କୁ ଏକ ଘରୋଇ କମ୍ପାନୀକୁ ଲିଜରେ ଦେଇଛନ୍ତି । ସେଥିପାଇଁ ଚାଷ ଉପଯୋଗୀ କ୍ଷେତ ମଝିରେ ଗୋଟିଏ କ୍ରସର ଗଢି ଉଠିଛି । ପାହାଡ଼ରୁ ପଥର ବ୍ଲାଷ୍ଟ କରିବା ଦ୍ୱାରା ପଥର ଗୁଣ୍ଡ ଝରପାଣିରେ ପଡି କ୍ଷେତକୁ ଯାଉଛି ଓ ଫସଲ ନଷ୍ଟ ହେଉଛି । ଚାରୋଟି ଗ୍ରାମର ଗ୍ରାମବାସୀ ଏ ବାବଦରେ ବିଗତ ଦିନରେ ଜିଲ୍ଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗକୁ ଜଣାଇଥିଲେ । ଚାଷୀଙ୍କ ଅଭିଯୋଗ ସମ୍ପର୍କରେ ବର୍ତ୍ତମାନ ଜଙ୍ଗଲ ଓ ପରିବେଶ ବିଭାଗ ତଦନ୍ତ କରୁଛି । ଏହି ସମୟରେ ପାହାଡ଼ର ଲିଜକୁ ସ୍ଥଗିତ ରଖିବା ପାଇଁ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଚାଷୀ ଆଉ ଚାଷଜମିର ସୁରକ୍ଷା ବିଷୟରେ ଚିନ୍ତା କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’