ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ପରଖିବେ ବିଜେପି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ସମ୍ବଲପୁର ଯିବେ ବିଜେପି କେନ୍ଦ୍ରୀୟ ଟିମ । ହିଂସାକାଣ୍ଡ ଅଞ୍ଚଳ ବୁଲି ସ୍ଥିତି ପରଖିବେ । କାହିଁକି ହିଂସାକାଣ୍ଡ ହେଲା ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି । ରାଜ୍ୟସଭା ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ୱରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସ୍ଥିତି ପରଖିବା ପରେ କେନ୍ଦ୍ରୀୟ ନେତାଙ୍କୁ ରିପୋର୍ଟ ଦେବେ । ବ୍ରିଜ ଲାଲ କହିଛନ୍ତି, ହିଂସାକାଣ୍ଡ ସଂପୂର୍ଣ୍ଣ ପ୍ରାୟୋଜିତ ଥିଲା । ରାଜ୍ୟ ସରକାର ରାଜନୀତି କରୁଛନ୍ତି, ଆଉ ରାଜ୍ୟ ସରକାର ଚାହିଁଥିଲେ ଏଭଳି ଘଟଣା ହୋଇନଥାନ୍ତା । ଏପଟେ ସମ୍ବଲପୁର ହିଂସାକାଣ୍ଡର ଏନଆଇଏ ତଦନ୍ତ ପାଇଁ ରାଜ୍ୟ ବିଜେପି ନେତା ଦାବି କରି ଆସୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’